ସୋର ବ୍ଲକରେ ୭ମ ପଞ୍ଚାୟତ ସମିତି ବୈଠକ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର) : ସୋର ବ୍ଲକ ସଭାଗୃହରେ ପରିସରରେ ପଞ୍ଚାୟତ ସମିତିର ସପ୍ତମ ସାଧାରଣ ଅଧିବେଶନ ବ୍ଲକ ଅଧକ୍ଷା ଅନୁସୂୟା ମଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୋର ବିଧାୟକ ମାଧବ ଧଡ଼ା, ବିଡ଼ିଓ ସୁବ୍ରତ ବେହେରା , ୪୫ ନମ୍ବର ଜୋନର ଜିଲ୍ଳା ପାରିଷଦ ଜୟରାମ ଦାସ, ଅନ୍ୟତମ ଜିଲ୍ଲା ପାରିଷଦ ଜୟନ୍ତ ସ୍ୱାଇଁ ଭଦ୍ରକ ସାଂସଦ ପ୍ରତିନିଧି ଦିପ୍ତିକାନ୍ତ ପଣ୍ଡା, ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଏହି ବୈଠକରେ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ବିକଶିତ ଗ୍ରାମ ବିକଶିତ ଓଡିଶା ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା, ସ୍ୱାସ୍ଥ୍ୟ, ଶିକ୍ଷା, ମତ୍ସ ସମ୍ପଦ, ମିଶନ ଶକ୍ତି, କୃଷି ଓ ଭତ୍ତା ଏବଂ ବିଭିନ୍ନ ପ୍ରକଳ୍ପ ବାବଦରେ ଆଲୋଚନା କରାଯାଇଥିଲା। ଏହାକୁ ଭାରପ୍ରାପ୍ତ ଜିପିଓ ଅଭିଷେକ ପଣ୍ଡା ପରିଚାଳନା କରିଥିବା ବେଳେ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ। ଏଥିରେ ବ୍ଲକର ସମସ୍ତ ବିଭାଗର ଅଧିକାରୀଙ୍କ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
