ସାରସକଣା/ଜାମଶଳା(ଅନିଲ କୁମାର ସାହୁ):ଭଞ୍ଜସେନା ପକ୍ଷରୁ ଆସନ୍ତା ୧୧ ତାରିଖରେ ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ କାର୍ଯ୍ୟାଳୟ ଘେରାଉ କରାଯିବ।ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅକ୍ଷୟ କୁମାର ନାୟକ ବାରିପଦା ଗ୍ରାମ୍ୟ ଉନ୍ନୟନ ବିଭାଗରେ ଅଧୀକ୍ଷଣ ଯନ୍ତ୍ରୀ ଦାୟିତ୍ବରେ ଥିବା ସମୟରେ ହୋଇଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ରାଜ୍ଯ ସରକାର ବିଫଳ ହୋଇଛନ୍ତି।ଗ୍ରାମ୍ୟ ଉନ୍ନୟନ ମଣ୍ଡଳ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ନାୟକ କାର୍ଯ୍ୟରତ ବରିଷ୍ଠ ଅଧିକାରୀଙ୍କ ବିଶୃଙ୍ଖଳା ତଥା ଅନିୟମିତତାକୁ ପ୍ରାଧାନ୍ୟ ଦେଉଥିବାରୁ ତାଙ୍କ କାର୍ଯ୍ୟକଳାପ ମଧ୍ୟ ସନ୍ଦେହରେ ରହିଛି।ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ନେଇ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ମୁଖ୍ୟମନ୍ତ୍ରୀ ଓ ଓଡିଶା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଏକ୍ସ ଯୋଗେ ଅବଗତ କରିଥିଲେ।ଇତିମଧ୍ଯରେ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ତଦନ୍ତ ନ ହେବା ଯୋଗୁଁ ଆସନ୍ତା ୧୧ ତାରିଖରେ କାର୍ଯ୍ୟାଳୟ ଘେରାଉ କରାଯିବ।ଏହି ଘଟଣା ଟିର ତଦନ୍ତ କରାଗଲେ ବହୁ ରହସ୍ୟ ଲୋକଲୋଚନକୁ ଆସିବ।ତେଣୁ ଦୁର୍ନୀତିଗ୍ରସ୍ତ ଯନ୍ତ୍ରୀଙ୍କ ବିରୋଧରେ ଜିଲ୍ଲାରେ ରହଣି ସମୟରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ନେଇ ଭଞ୍ଜସେନା ଦାବି କରିଛି।ଏ ନେଇ ଭଞ୍ଜସେନା ଜିଲ୍ଲା ସାଧାରଣ ସଂପାଦକ ଜ୍ଯୋତିରଞ୍ଜନ ପୃଷ୍ଟି ଏକ ପ୍ରେସ୍ ବିବୃତି ଜରିଆରେ ସୂଚନା ଦେଇଛନ୍ତି।।