
ସାରସକଣା/ଜାମଶଳା (ଅନୀଲ କୁମାର ସାହୁ) : ରାଜ୍ଯରେ ବିଜେପି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସିବେ।ପୂର୍ତ୍ତି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି।ଆସନ୍ତା ୧୨ ତାରିଖରେ ବିଶାଳ ରାଜ୍ଯସ୍ତରୀୟ ସମାରୋହ ଆୟୋଜନ ହେଉଛି।ପ୍ରଧାନମନ୍ତ୍ରୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେପି ନେତା ଓ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେବେ।୨୧ ଟି ନିର୍ବାଚନ ପ୍ରତିଶ୍ରୁତି ରୁ ୧୧ ଟି ପୁରଣ କରିଥିବା ରିପୋର୍ଟ କାର୍ଡକୁ ଜନତାଙ୍କ ସାମ୍ନାରେ ରଖିବେ।ବିଜେପି ନେତାଙ୍କଠୁ କର୍ମୀ ସମସ୍ତେ ମୋଦୀଙ୍କ ଗସ୍ତ ପାଇଁ ଉତ୍ସାହିତ ହୋଇପଡିଛନ୍ତି।ସରକାରଙ୍କ ବର୍ଷ ପୂର୍ତ୍ତୀ ପାଇଁ ୧୨ ରୁ ୨୦ ତାରିଖ ଯାଏଁ ଗାଁଠୁ ସହର ସବୁଠି ରାଜନୈତିକ ସମାବେଶ ଚାଲିବ।ଗୋଟିଏ ବର୍ଷ ଭିତରେ ଏହା ମୋଦୀଙ୍କ ଷଷ୍ଠ ଥର ଓଡିଶା ଗସ୍ତ ହେବ।ମୋଦି ଗତବର୍ଷ ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ।ଏହା ପରେ ମୋଦି ସୁଭଦ୍ରା ଉଦଘାଟନ ସମାରୋହ,ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀ, ପ୍ରବାସୀ ଭାରତୀୟ ସମ୍ମିଳନୀ, ଓ ଉକୃଷ୍ଟ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡିଶା ଆସିଥିଲେ ।