
ବିଜୁ ଜନତା ଦଳ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ୧୨ ଘଣ୍ଟିଆ ବନ୍ଦ ପାଳନ
____________________
ତା/୧୮/୦୪/୨୬(ନି.ପ୍ର): ସାରସକଣା:(ଅନିଲ କୁମାର ସାହୁ):ଆଜି ମୟୂରଭଞ୍ଜ ଜିଲ୍ଲା ରେ ବିଜୁ ଜନତା ଦଳ ସାରସକଣା ତରଫରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ପାଳନ ବେଶ୍ ଶାନ୍ତି ଶୃଙ୍ଖଳା ବଜାୟ ରଖି ବିଜୁ ଜନତା ଦଳ ବନ୍ଦ ପାଳନ କରିଥିଲେ । ଏହି ବନ୍ଦ ପାଳନ ବେଳେ ସମସ୍ତ ଦୋକାନ ବଜାର, ବ୍ୟାଙ୍କ, ସରକାରୀ ଅଫିସ୍, ବ୍ଲକ କାର୍ଯ୍ୟାଳୟ, ସମସ୍ତ ଶିକ୍ଷାନୁଷ୍ଠାନ, ଆଦି ବନ୍ଦ ରହିଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ୍, ବସ, କାର, ପିକକପ, ଓଟୋ ଆଦି ଚ଼ଳାଚ଼ଳ ବନ୍ଦ କରି ବନ୍ଦ ପାଳନରେ ସହଯୋଗ କରିଥିଲେ । ଘଟଣାରୁ ପ୍ରକାଶ ଯେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ କାକବନ୍ଧ ଅନୁସୂଚିତ ଜାତି ଓ ଜନଜାତି ଆଶ୍ରମ ବିଦ୍ୟାଳୟର ୧୪୬ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହେବା ଏବଂ ସେଥିରେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ ରୁପାଲୀ ବେଶ୍ରାଙ୍କ ମୃତ୍ୟୁ ବରଣ କରିବା, ଅନ୍ୟ ଛାତ୍ରଛାତ୍ରୀ ମାନେ ମେଡ଼ିକାଲରେ ମୃତ୍ୟୁ ସହିତ ସଂଘର୍ଷ କରିବା ଘଟଣା କେବଳ ଦୁଃଖଦ ଘଟଣା ନୁହେଁ । ଏହା ସରକାରୀ ବ୍ୟବସ୍ଥାର ଚ଼ରମ ଅବହେଳା ଓ ଦାୟିତ୍ୱହୀନତା । ଏହାର ପ୍ରତିବାଦରେ ଆଜି ବିଜୁ ଜନତା ଦଳ ବନ୍ଦ ପାଳନ କରିଛି। ଏହି ବନ୍ଦ ପାଳନ ରେ ମୟୂରଭଞ୍ଜ(୧) ର ଜିଲ୍ଲା ସଭାପତି ସୁଦାମ ମାରାଣ୍ଡି ଓ ମୟୂରଭଞ୍ଜ( ୨) ର ଜିଲ୍ଲା ସଭାପତି ଦେବାଶିଷ ମାରାଣ୍ଡି, ସାରସକଣା ବ୍ଲକ ସଭାପତି ମଣିଶଙ୍କର ବାରିକ, ପୂର୍ବତନ ଜିଲ୍ଲା ସଭାପତି ଦେବାଶିଷ ମହାନ୍ତି, କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତି, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ହରେକୃଷ୍ଣ ଦାସ, ଯୁବ ସଭାପତି ରାଧାକୃଷ୍ଣ ହଁସଦା. ଯୁବ ନେତା ସ୍ୱାଗତ ପଟ୍ଟନାୟକ, ଯୁବ ନେତା ବିଶ୍ୱଜିତ ମହାନ୍ତି, ଛାତ୍ର ନେତା ଚ଼ନ୍ଦ୍ର ଶେଖର ସାହୁ,ବରିଷ୍ଠ ନେତା କ୍ଷେତ୍ରମୋହନ ବେହେରା, ବିଶିକେଶନ ଗିରି, ଅଜୟ ମଣ୍ଡଳ, ଅନିଲ କୁମାର ସାହୁ, ଯୁବ ନେତା ଦୀପକ ମଢୁଆଲ ଆଦି ଆଗଧାଡ଼ିର ନେତା ଉପସ୍ଥିତ ସହିତ ପ୍ରାୟ ୫୦ ରୁ ଉର୍ଦ୍ଧ ବିଜୁ କର୍ମୀ ଓ ଦଳର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଏହି ମୟୂରଭଞ୍ଜ ବନ୍ଦ ପାଳନ କୁ ସୂଚାରୁ ରୂପେ ବନ୍ଦ ପାଳନ କରିଥିଲେ । ସ୍ଥାନୀୟ ଜନସାଧାରଣ ମଧ୍ୟ ଏହି ବନ୍ଦ ପାଳନ ରେ ସହ ଯୋଗ କରିଥିଲେ । ଭଞ୍ଜଦୁତ ଖବର।
