*ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କର ଜନ୍ମ ସତବାର୍ଷିକୀ ଉତ୍ସବ ଅଗଷ୍ଟ 21 ଜନ୍ମସ୍ଥାନ ଗୁରୁଜାଙ୍ଗ ରେ ଶୁଭାରମ୍ଭ ହେବ*
*(ସମଗ୍ର ଦେଶରୁ ସାଧୁ, ସନ୍ଥ ,ବିଶିଷ୍ଟ ବ୍ୟକ୍ତି ଙ୍କ ସମେତ ଲକ୍ଷାଧିକ ଜନ ସମାଗମ, ବ୍ୟାପକ ପ୍ରସ୍ତୃତି*)
ତାଳଚେର /ଅନୁଗୁଳ : ତା 2/8/2026: ବ୍ରହ୍ମଲିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କର ଜନ୍ମ ସତବାର୍ଷିକୀ ଚଳିତ ବର୍ଷ ସମଗ୍ର ଦେଶ ତଥା ବିଦେଶ ରେ ପାଳନ କରାଯିବ |ସମଗ୍ର ହିନ୍ଦୁ ସମାଜ ପାଇଁ ପ୍ରେରଣା ର ଉତ୍ସ ଥିଲେ ସ୍ୱାମୀଜୀ,ଆଦିବାସୀ, ବନବାସୀ, ଗରିବ, ବିଶେଷ କରି ମହିଳା ମାନଙ୍କର ଶିକ୍ଷା କୁ ଗୁରୁତ୍ୱ ଦେଇ କନ୍ଧମାଳ ଜଳେଶପଟା ଓ ଚକାପାଦ ତଥା ବିଭିନ୍ନ ସ୍ଥାନରେ ଆଶ୍ରମ ପ୍ରତିଷ୍ଠା କରିଥିଲେ |ହିନ୍ଦୁ ସମାଜ କୁ ଏକତ୍ରିତ କରିବା ପାଇଁ ସେ ଅହରହ ଦେଶ ସାରା ପରିଭ୍ରମଣ କରୁଥିଲେ |2008 ମସିହା ଅଗଷ୍ଟ 23 ଜନ୍ମାଷ୍ଟମୀ ରେ ସ୍ୱାମୀଜୀ ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା |ଚଳିତ ବର୍ଷ ସ୍ୱାମୀଜୀ ଙ୍କର ଜନ୍ମ ସତବାର୍ଷିକୀ ବର୍ଷ ହୋଇଥିବାରୁ ସମଗ୍ର ହିନ୍ଦୁ ସମାଜ ବର୍ଷ ତମାମ ତାଙ୍କର ଜନ୍ମ ଉତ୍ସବ ପାଳନ କରାଯିବାକୁ ଆହ୍ୱାନ ଦିଆଯାଇଛି |
ସ୍ୱାମୀଜୀ ଙ୍କର ପୈତୃକ ଗ୍ରାମ ତଥା ଜନ୍ମସ୍ଥାନ ତାଳଚେର ଗୁରୁଜାଙ୍ଗ ଗ୍ରାମରେ |ସେହି ସ୍ଥାନରୁ ଜନ୍ମ ସତବାର୍ଷିକୀ ସମାରୋହ ଉତ୍ସବ ଚଳିତ ଅଗଷ୍ଟ 21 ତାରିଖ ରେ ଶୁଭାରମ୍ଭ ହେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି |ଆଜି ରବିବାର ଗୁରୁଜାଙ୍ଗ ଗ୍ରାମରେ ଏକ ବ୍ୟାପକ ପ୍ରସ୍ତୃତି ବୈଠକ ଅନୁଷ୍ଠିତ ହୋଇଯାଇଛି |କ୍ଷେତ୍ରୀୟ ଧର୍ମ ଜାଗରଣ ସଂଯୋଜକ ତଥା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କର ଜନ୍ମ ସତବାର୍ଷିକୀ କାର୍ଯ୍ୟକ୍ରମ ର ପ୍ରାନ୍ତ ସଂଯୋଜକ ବିନୟ କୁମାର ଭୂୟାଁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଆଜିର ପ୍ରସ୍ତୃତି ବୈଠକ ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କର ଉତ୍ତରାଧିକାରୀ ସ୍ୱାମୀ ସଚ୍ଚିଦାନନ୍ଦ ଜୀ ମହାରାଜ, ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୁରୀ ମହାରାଜ, ବ୍ରହ୍ମଚାରୀ ଶିବ ପ୍ରସାଦ ଙ୍କ ସମେତ ବହୁ ସାଧୁ ସନ୍ଥ ଯୋଗଦେଇ କାର୍ଯ୍ୟକ୍ରମ ର ରୂପରେଖ ପ୍ରସ୍ତୃତ କରିଥିଲେ | ସମଗ୍ର ଦେଶରେ 50 ହଜାର ସ୍ଥାନରେ ସ୍ୱାମୀଜୀ ଙ୍କର ଜୟନ୍ତୀ ବର୍ଷ ତମାମ ପାଳିତ ହେବ |ଆମ ପ୍ରଦେଶ ର 25 ହଜାର ରୁ ଉର୍ଦ୍ଧ ସ୍ଥାନରେ କାର୍ଯ୍ୟକ୍ରମ ହେବ ବୋଲି ବୈଠକ ରେ ଆଲୋଚନା ହୋଇଥିଲା |ତାଳଚେର ଗୁରୁଜାଙ୍ଗ ଗ୍ରାମରେ ଉକ୍ତ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହେବ ସମଗ୍ର ଦେଶରୁ ସାଧୁ ସନ୍ଥ, ବିଶିଷ୍ଟ ବ୍ୟକ୍ତି, ରାଜନେତା ଙ୍କ ସମେତ ଲକ୍ଷାଧିକ ଜନ ସମାଗମ ହେବ ବୋଲି ବୈଠକ ରେ ଚର୍ଚ୍ଚା ଆଲୋଚନା ହୋଇଥିଲା |କାର୍ଯ୍ୟକ୍ରମ ର ସୁପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରାଯାଇ କାର୍ଯ୍ୟକର୍ତା ଓ ସାମାଜିକ ଅନୁଷ୍ଠାନ ଙ୍କୁ ଦାୟିତ୍ୱ ଦିଆଯାଇଛି |ଗ୍ଗୁରୁଜାଙ୍ଗ ରାମ କମିଟି ତଥା ସମଗ୍ର ଗ୍ରାମବାସୀ ଓ ପଂଚାୟତ ବାସୀ ଙ୍କର କାର୍ଯ୍ୟକ୍ରମ ରେ ଗୁରୁଦାୟିତ୍ୱ ବହନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି |ଆଖପାଖ ର ଶହେଟି ପଂଚାୟତକୁ ବିଶେଷ ଗୁରୁତ୍ୱ ଦିଆଯାଇ ସେହିଦିନ ଘରେଘରେ ଦୀପ ଲଗାଇ ଭବ୍ୟ ଆୟୋଜନ କରିବା ସହ ସମସ୍ତ ଙ୍କ ଘରୁ ଆସି କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି |ସମଗ୍ର ତାଳଚେର ଏବଂ ଅନୁଗୋଳ ଜିଲ୍ଲା ଉକ୍ତ ଦିନ ଉତ୍ସବ ମୁଖର କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି |ଉକ୍ତ କାର୍ଯ୍ୟକ୍ରମ ରେ ସାମାଜିକ ସଂଗଠନ, ଧାର୍ମିକ ସଂଗଠନ, ଓ ବିଭୀଧ କ୍ଷେତ୍ରର କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |ଗ୍ରାମ ସଭାପତି ପ୍ରମୋଦ କୁମାର ପାଣି, ଗ୍ରାମ ସମ୍ପାଦକ ତୁଷାର କାନ୍ତ ପାଣି, ଲୋକନାଥ ନାଥ, ଗ୍ରାମ କମିଟି ସଦସ୍ୟ କାର୍ତ୍ତିକେଶ୍ୱର ସାହୁ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |ସ୍ୱାମୀଜୀ ଙ୍କର ପ୍ରତିମୂର୍ତ୍ତି ରେ ପୂଜାର୍ଚନା କରାଯାଇଥିଲା |
