Slug ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ବନ୍ୟା ପ୍ରଭାବିତଅଞ୍ଚଳ ପରିଦର୍ଶନ ଓ ସ୍ଥିତି ସମୀକ୍ଷା ସହ ଲୋକମାନଙ୍କ ସମସ୍ୟା ବାବଦରେ ଜିଲ୍ଲାପାଳ ଙ୍କୁ ଅବଗତ କଲେ।
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ କଂଗ୍ରେସ ଦଳର ବିଧାନ ସଭା ର ସଚେତକ ତଥା ବାସୁଦେବ ପୁର ବିଧାୟକ ଶ୍ରୀଯୁକ୍ତ ଅଶୋକ କୁମାର ଦାସ ଓ ଧାମନଗର ବ୍ଲକ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଅରବିନ୍ଦ ନାୟକ ଙ୍କ ନେତୃତ୍ୱରେ ଏକ କଂଗ୍ରେସ ଦଳ ସମଗ୍ର ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ।ଏମାନଙ୍କ ସହିତ ଥିଲେ ଧାମନଗର ନିବର୍ବଚନ ମଣ୍ଡଳୀ ର ପୂର୍ବତନ ନେତା ଶ୍ରୀଯୁକ୍ତ ହୃଦାନନ୍ଦ ସେଠି ଓ ବିଦ୍ୟାଧର ଯେନା ଏବଂ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ସଭାପତି ଶ୍ରିଯକ୍ତ ଅଭିଷେକ ରାଉତ,ଜିଲ୍ଲା କିଷାନ୍ ସେଲର ସଭାପତି ପ୍ରସନ୍ନ ଧଳ ନିମାଇଁ ଜେନା,ରବୀନ୍ଦ୍ର ଜେନା,ପ୍ରଭାତ ପଣ୍ଡା,କାଳିଆ ପଣ୍ଡା ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଧାମନଗର ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ପଞ୍ଚାୟତ ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ।
ପ୍ରତିନିଧି ଦଳ ବନ୍ୟାକ୍ଷତିଗ୍ରସ୍ତ ଅଞ୍ଚଳ ଗୁଡିକରେ ପହଞ୍ଚି ଲୋକ ମାନଙ୍କ ର ଦୁଃଖ ଦୁର୍ଦ୍ଦଶା ,ଘରବାରି, ଚାଷ ଜମି ଓ ଅନ୍ୟନ୍ୟସମ୍ପତିର କ୍ଷୟ କ୍ଷତି ର ସ୍ଥିତି ପରଖି ଥିଲେ। ବନ୍ୟାପିଡିତ ପରିବାର ଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିବା ସହ ସରକାରଙ୍କ ପକ୍ଷରୁ ଯଥାଶୀଘ୍ର ରିଲିଫ୍ ସହାୟତା ଓ କ୍ଷତି ପୂରଣ ପ୍ରଦାନ କରିବାକୁ ଜିଲ୍ଲାପାଳ ଙ୍କ ନିକଟରେ ସନ୍ଧ୍ୟାବେଳେ ଦାବି କରିଥିଲେ।ଏହି ଅବସରରେ କଂଗ୍ରେସ ସେବାଦଳ ପକ୍ଷରୁ ଅଭିଷେକ ରାଉତ ଙ୍କ ନେତୃତ୍ୱରେ ବନ୍ୟାକ୍ଷ୍ୟାଟିଗ୍ରସ୍ତ କିଛି ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା।ପୀଡ଼ିତ ପରିବାର ମାନଙ୍କୁ ଶୁଖିଲା ଖାଦ୍ୟ,ପାନୀୟ ଜଳ ଓ ଅନ୍ୟାନ୍ୟ ଆତ୍ୟାବଶିକ ସାମଗ୍ରୀ ପ୍ରଦାନ କରି ସହଯୋଗର ହାତ ବଢାଇଥିଲେ।କଂଗ୍ରେସ ନେତୃ ବୃନ୍ଦ କହିଥିଲେ ବିପଦ ସମୟରେ କଂଗ୍ରେସ ସବୁବେଳେ ସାଧାରଣ ଲୋକଙ୍କ ପାଖରେ ଛିଡ଼ା ହୋଇଛି ଓ ଛିଡ଼ା ହୋଇ ରହିବ।ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବା ସହ କ୍ଷୟ କ୍ଷତି ର ସଠିକ୍ ଆକଳନ କରି ଉପଯୁକ୍ତ କ୍ଷତି ପୂରଣ ଦେବାକୁ ଦାବି କରିଥିଲେ। ଆଗାମୀ ଦିନରେ ମଧ୍ୟ ବନ୍ୟାପିଡିତ ଲୋକଙ୍କ ସହ ରହିବ ବୋଲି ନେତୃବୃନ୍ଦ ପ୍ରକାଶ କରିଛନ୍ତି।ଭଦ୍ରକ ରୁ ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
