ବାଲକା ଗ୍ରାମରୁ ମୃତ ହରିଣ ଉଦ୍ଧାର।
ବେତନଟୀ(ନି ପ୍ର) ୨/୬ : ବେତନଟୀ ରେଞ୍ଜ ଅଧିନ ବାଲକା ଗ୍ରାମରୁ ମଙ୍ଗଳବାର ଦିନ ଏକ ମୃତ ହରିଣ କୁ ବେତନଟୀ ବନବିଭାଗ ଉଦ୍ଧାର କରିଛି। ମିଳିଥିବା ସୂଚନା ଅନୁସାରେ ଏକ ହରିଣ ହଠାତ ସ୍ଥାନୀୟ ଜଙ୍ଗଲ ରୁ ବାହାରି ଜନଵସତି ଅଞ୍ଚଳ କୁ ଦୌଡ଼ି ଆସି ବୈଶିଙ୍ଗା ନିକଟ ବାଲକା ଗ୍ରାମରେ ପଶିଯାଇଥିଲା। ସ୍ଥାନୀୟ ଗ୍ରାମବାସୀ ଏହି ହରିଣ କୁ ଦେଖି ଗୋଡ଼ାଇବାରୁ ହରିଣ ଟି ଦୌଡୁଥିବା ଅବସ୍ଥା ରେ ହରିଣ ଟିର ମୃତ୍ୟୁ ହୋଇଯାଇଛି। ବାଲକା ଗ୍ରାମର ଜୈନିକ ବ୍ୟକ୍ତି ବେତନଟୀ ରେଞ୍ଜ କାର୍ଯ୍ୟାଳୟ କୁ ଜଣାଇବାପରେ ବେତନଟୀ ରେଞ୍ଜର ଧୃବେନ୍ଦ୍ର ନାଥ ଙ୍କ ନିର୍ଦେଶ ରେ ବୈଶିଙ୍ଗା ଭାରପ୍ରାପ୍ତ ବନପାଳ ଦୀପକ ପାତ୍ର ତାଙ୍କ ସହିତ ସହଯୋଗୀ କର୍ମଚାରୀ ଙ୍କ ସହିତ ବାଲକା ଗ୍ରାମକୁ ଯାଇ ମୃତ୍ୟ ହରିଣ କୁ ଅଫିସ ବୋଲେରୋ ଦ୍ୱାରା ବେତନଟୀ ରେଞ୍ଜ କାର୍ଯ୍ୟାଳୟ କୁ ଆଣିଥିଲେ। ଏହି ହରିଣ ବୟସ ପ୍ରାୟ ୪ ବର୍ଷ ହୋଇଥିବାବେଳେ ଓଜନ ୨୦ କେଜି ହେବ ବୋଲି ଅନୁମାନ କରାଯାଇଛି। ବୈଶିଙ୍ଗା ବି ଭି ଓ ପାର୍ଥସାରଥୀ ସେନାପତି, ବେତନଟୀ ଭି ଏସ ଶୁଭଶ୍ରୀ ମାଡାମ ଙ୍କ ଦ୍ୱାରା ମୃତ ହରିଣ ର ଶବକୁ ବ୍ୟବଚ୍ଛେଦ କରିବା ପରେ ବେତନଟୀ ରେଞ୍ଜ କାର୍ଯ୍ୟାଳୟ ପରିସରରେ ରେ ପୋତି ଦିଆଯାଇଥିବାର ସୂଚନା ମିଳିଛି।
