ଉତ୍କଳ ଗୋପାଳ ସମାଜ ଓଡ଼ିଶା ଶାଖା ଅନୁଗୋଳ ଜିଲ୍ଲା ତରଫରୁ
ତାରିଖ: ୦୭/୦୮/୨୦୨୬
ରିଖ ଶ୍ରାବଣ ମାସ କୃଷ୍ଣ ପକ୍ଷ କୃତ୍ତିକା ନକ୍ଷତ୍ର ଯୁକ୍ତ ବୃଷ ରାଶି ସଂଯୁକ୍ତ ନବମୀ ତିଥି ସଂଲଗ୍ନ ଗୁରୁବାର ଅପରାହ୍ନ ଚାରି ଘଣ୍ଟିକା ସମୟରେ ବଅଁରପାଳ ପଞ୍ଚ ଶ୍ରୀ କ୍ଷେତ୍ର। ଜଗନ୍ନାଥ ମନ୍ଦିରରେ ଉତ୍କଳ ଗୋପାଳ ସମାଜ ଅନୁଗୋଳ ଜିଲ୍ଲା ଅନୁକୁଲ୍ୟରେ ଏଲ,ଇଣ୍ଡିଆ,ମେଡିକାଲ ( All India Medical) ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ସୁଶିଲ କୁମାର ପରିଡା, ଆଶୁତୋଷ ରାଉତ ,ତପସ୍ଵିନୀ ପ୍ରିୟ ଦର୍ଶିନୀ, ପୃଥିବୀରାଜ ଭୁତିଆ, ପ୍ରଭୁଦତ୍ତ ଭୂତିଆ, ସ୍ୱାସ୍ୱତ୍ ସ୍ୱାୟଶୁ ବେହେରା , ଗୋପାଳ ପୁଅ ଝିଅ ମାନଙ୍କୁ ଉତ୍ତରୀୟ ପୂର୍ବକ ଫୁଲତୋଡ଼ା ମାନପତ୍ର ସହିତ ମୁହଁ ମିଠା ଦେଇ ସମ୍ବର୍ଧନା କରାଇଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ରାଜ୍ୟ ସଭାପତି ସେବକ ପ୍ରତାପ ଚନ୍ଦ୍ର ପରିଡା, ରାଜ୍ୟ ସମ୍ପାଦକ ବିଦ୍ୟାଧର ଭୁତିଆ, ରାଜ୍ୟ କୋଷାଧ୍ୟକ୍ଷ ଧରଣୀଧର ବେହେରା,ରାଜ୍ୟ କର୍ୟ୍ଯ କାରିଣୀ ସଭାପତିତ୍ରିଲୋଚନ ଭୂତିଆ, ଅନୁଗୋଳ ଜିଲ୍ଲା ସଭାପତି ଚରଣ ବେହେରା ଜିଲ୍ଲା ସମ୍ପାଦକ ଜିତେନ୍ଦ୍ର ବେହେରା ଜିଲ୍ଲା ଉପଦେଷ୍ଟା ଗୋପାଳ ବେହେରା , ଜିଲ୍ଲା ମୁଖ୍ୟ ସଂଗଠକ ପପୁ ବେହେରା, ବଅଁରପାଳ ବ୍ଲକ ସଭାପତି କୃତ୍ତିବାସ ଭୁତିଆ , ସମ୍ପାଦକ ବଳରାମ ବେହେରା, ବଅଁରପାଳ ପଞ୍ଚାୟତ ଉପସଭାପତି ରମେଶ ବେହେରା, ସଦର ବ୍ଲକ ମୁଖ୍ୟ ସଂଗଠକ ରଘୁନାଥ ବେହେରା ମିଡିଆ ସେଲ ସଭାପତି ସୁମନ୍ତ କୁମାର ବେହେରା, ବନ୍ଦା ପଞ୍ଚାୟତ ସଭାପତି ପିତାମ୍ବର ପରିଡା ମହୋଦୟ ମାନେ ଉପସ୍ଥିତ ରହି ଗୋପାଳ ଜାତିର ଗର୍ବ ଗୌରବ ଓ ସ୍ବାଭିମାନର ପ୍ରତୀକ ପୁଅ ଝିଅ ମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କର ଅଭିଭାବକ ମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।
ଭଗବାନ ପରମ ବ୍ରହ୍ମ ପରମାତ୍ମା ପରମେଶ୍ବର ଶ୍ରୀ କୃଷ୍ଣ ସେମାନଙ୍କର ମଙ୍ଗଳ କରିବା ପାଇଁ ପ୍ରାର୍ଥନା ଶେଷ ପର୍ଯ୍ୟାୟରେ ରଖାଯାଇଥିଲା
ଜୟ ଶ୍ରୀ କୃଷ୍ଣ ଜୟ ଗୋପାଳ ଜୟ ଗୋମାତା
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
