*ସ୍ବର୍ଗତ ଧନେଶ୍ଵର ମଲ୍ଲ ଙ୍କ ଏକାଦଶାହରେ ଗଁଦିଆ ବ୍ଳକ ବିଭିନ୍ନ ଅନୁଷ୍ଠାନ ତରଫରୁ ଅଜସ୍ର ଶ୍ରଦ୍ଧାଞ୍ଜଳୀ ଅର୍ପଣ ଓ ସ୍ମୃତି ଚାରଣ* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୮.୮.୨୦୨୪
କେବଳ ସମାଜ ସେବା ରେ ନୁହନ୍ତି ଓଡ଼ିଆ ଅସ୍ମିତା ଓଡ଼ିଆ ସଂସ୍କୃତି ଓଡ଼ିଆ ପରମ୍ପରା ର ବାର୍ତ୍ତା ପ୍ରବାହକ ବିଶିଷ୍ଟ ନାଟ୍ୟକାର , ନାଟ୍ଯ ନିର୍ଦ୍ଦେଶକ ଢେଙ୍କାନାଳ ଜିଲ୍ଲା ର ଖଣ୍ଡବନ୍ଧ ଗ୍ରାମ ପଞ୍ଚାୟତ ର କାଲୁଣିଗୋଡା ଗ୍ରାମ ରେ ଜନ୍ମିତ ବିଶିଷ୍ଟ କଳାକାର ସ୍ବର୍ଗତ ଧନେଶ୍ଵର ମଲ୍ଲ ଙ୍କୁ ତାଙ୍କର ଅବର୍ତ୍ତମାନ ରେ ଏକାଦଶାହ ରେ ଶୋକାକୁଳ ପରିବେଶ ରେ ଗଁଦିଆ ବ୍ଳକ ର ବିଭିନ୍ନ ଅନୁଷ୍ଠାନ ଯଥା ଗଁଦିଆ ବ୍ଳକ ବରିଷ୍ଠ ନାଗରିକ ମଞ୍ଚ, ଗଁଦିଆ ସ୍ମୃତି ସଂସଦ, ଆଞ୍ଚଳିକ ବିକାଶ ପରିଷଦ, ଗଁଦିଆ ଗ୍ରାମ ସଂଗଠନ , ଶ୍ରୀରାମଚନ୍ଦ୍ରପୁର ଆଞ୍ଚଳିକ ବାଦ ପାଲା ମଞ୍ଚ, ଗଁଦିଆ ଲେଖକ ସଂସଦ , ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଁଦିଆ ବ୍ଳକ୍ ଶାଖା ସହିତ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ତରଫରୁ ଅଜସ୍ର ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ପରିବାରବର୍ଗ ଙ୍କୁ ସମବେଦନା ଜ୍ଞାପନ କରାଯାଇଅଛି। ଏହି ଉପଲକ୍ଷେ ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ମାସ ସାତ ତାରିଖ ଅପରାହ୍ନ ୪ ଘଟିକା ସମୟରେ ସ୍ଵର୍ଗତ ମଲ୍ଲ ଙ୍କ ଆତ୍ମୀୟ ସଜ୍ଜନ ଙ୍କ ଦ୍ଵାରା ଆୟୋଜିତ ଭବ୍ୟ ସମ୍ବର୍ଦ୍ଧନା ସଭା ରେ ଗଁଦିଆ ବ୍ଳକ ଲେଖକ ସଂସଦ ର ସଭାପତି ତଥା ପ୍ରାକ୍ତନ ସେବା ନିବୃତ ପ୍ରଧାନ ଶିକ୍ଷକ ବୁଦ୍ଧଦେବ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଁଦିଆ ବ୍ଳକ୍ ଶାଖା ର ସମ୍ପାଦକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ, ଗଁଦିଆ ଆଞ୍ଚଳିକ ବିକାଶ ମଞ୍ଚ ର ଆବାହକ ତଥା ଗଁଦିଆ ବ୍ଳକ ର ପ୍ରାକ୍ତନ ଅଧ୍ୟକ୍ଷ ମଳୟ କୁମାର ସିଂହ, ଗଁଦିଆ ସ୍ମୃତି ସଂସଦ ର ସମ୍ପାଦକ ତଥା ରାବଣ ପୋଡି ମହୋତ୍ସବ କମିଟି ର ସମ୍ପାଦକ ଯୁବ ସମାଜସେବୀ ତାପସ କୁମାର ରାଉତ, ଶ୍ରୀରାମଚନ୍ଦ୍ରପୁର ଆଞ୍ଚଳିକ ବାଦ ପାଲା ମଞ୍ଚ ର ସଭାପତି ବିଜୟ କୁମାର ମିଶ୍ର, ସାଧାରଣ ସମ୍ପାଦକ ବିଦ୍ୟାଧର ସାହୁ, ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀକାନ୍ତ ଭୂତିଆ, ଗଁଦିଆ ବ୍ଳକ ବରିଷ୍ଠ ନାଗରିକ ମଞ୍ଚ ର ଉପଦେଷ୍ଟା ଦଣ୍ଡଧର ସାହୁ, ସମ୍ପାଦକ ରାଘବ ଚନ୍ଦ୍ର ମହାରଣା, ଗଁଦିଆ ଗ୍ରାମ ସଂଗଠନ ର ସଭାପତି ତଥା ପ୍ରାକ୍ତନ ସରପଞ୍ଚ ମଙ୍ଗରାଜ ବାରିକ, ଗଁଦିଆ ସ୍ମୃତି ସଂସଦ ର ଉପସଭାପତି ଡମ୍ବରୁଧର ସେଠୀ, ଆଞ୍ଚଳିକ ଦଣ୍ଡ ମହୋତ୍ସବ ଗଁଦିଆ ର ସଭାପତି ପ୍ରକାଶ ଚନ୍ଦ୍ର ବାରିକ ଙ୍କ ସହିତ ବହୁ ଶୁଭେଚ୍ଛୁ , କାଲୁଣିଗୋଡା ଗ୍ରାମ ର ଗ୍ରାମବାସୀ ଏବଂ ସ୍ବର୍ଗତ ମଲ୍ଲ ଙ୍କ ଆତ୍ମୀୟ ସଜ୍ଜନ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ। ଗଁଦିଆ ବ୍ଳକ ବରିଷ୍ଠ ନାଗରିକ ମଞ୍ଚ ର ସହ ସମ୍ପାଦକ ତଥା ବିଶିଷ୍ଟ ଶୈବ ଉପାସକ ରଞ୍ଜନ କୁମାର ନାୟକ ଶ୍ରୀମଦ୍ ଭଗବତ ଗୀତା ପାଠ ସହିତ ଜଗନ୍ନାଥ ଦାସ ଙ୍କ ଓଡ଼ିଆ ଭାଗବତ ପାଠ କରି ମହାନ୍ ଆତ୍ମା କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସ୍ବର୍ଗତ ମଲ୍ଲ ଙ୍କ ପରିବାର ବର୍ଗଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ହୋଇଥିବାରୁ ଅନୁଷ୍ଠାନ ର କର୍ମ କର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିବାର ବର୍ଗଙ୍କ ତରଫରୁ ମଞ୍ଚାସୀନ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
