ହାର୍ଡ ବେଷ୍ଟର ଗାଡି ବକ୍ସରେ ଚୋରା କଫ ସିରଫଚାଲାଣ ହେଉଥିବା ବେଳେ ମାଡି ବସିଲା ପୋଲିସ ବରଗଡ :୦୪/୦୬(ନି ପ୍ର )ପୋଲିସ ଆଖି ଧୂଳି ଦେଇ ଅଭିନବ ଭାବେ ହେଉଥିଲା କଫ ସିରଫ ଚୋରା ଚାଳାଣ । କଟକରୁ ବରଗଡ଼ ଜିଲ୍ଲାକୁ ହାର୍ଡ଼ବେଷ୍ଟର ଗାଡ଼ି ବକ୍ସରେ ଚୋରା କଫ ସିରଫ ଚାଳାଣ ହେଉଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଡ଼ି ବସିଲା ଅତାବିରା ଥାନା ପୋଲିସ । ଅତାବିରା ଥାନା ପତରାପାଲି ଶିବ ମନ୍ଦିରରେ ଛକି ରହିଥିଲା ପୋଇିସ । ଆଉ ଘଟଣା ସ୍ଥଳରେ ହାର୍ଡ଼ବେଷ୍ଟର ଗାଡ଼ି ପହଞ୍ଚିଲା ପରେ ପୋଲିସ ଗାଡ଼ି ଅଟକାଇ କରିଥିଲା ଛାନଭିନ । ତଦନ୍ତ ପରେ ଗାଡ଼ିର ବକ୍ସରୁ ବାହାରିଥିଲା ଲକ୍ଷଲକ୍ଷ ଟଙ୍କାର ୧୪୪୦ ବୋତଲ କଫସିରଫ । ଏହି ଚୋରା କାରବାର ଘଟଣାରେ ପୋଲିସ ଗୁରଖାପାଲି ଗାଁର ଜିତେନ୍ଦ୍ର ମେଣ୍ଡାଳି ଓ କୁତପାଲି ଗାଁର ନିରଞ୍ଜନ ତ୍ରିପାଠୀଙ୍କୁ ଗିରଫ କରି ହାର୍ଡ ବେଷ୍ଟର ଗାଡ଼ି ଜବତ କରିଛି । ଖୁବ ଶୀଘ୍ର ଗିରଫ ହେବ କଫ ସିରଫ ଚୋର କାରବାରର ମୁଖ୍ୟ କିଙ୍ଗପିନ ଓ ଜବତ ହେବ ସବୁ ସମ୍ପତ୍ତି ବୋଲି ବରଗଡ଼ ଏସପି କହିଛନ୍ତି ।
