*ନୂଆପଡ଼ାରେ ଅବକାରୀ ଚଢ଼ାଉ : ୪୫ ଲିଟର ଅନ୍ୟ ରାଜ୍ୟ ମଦ ଜବତ, ୩ ଅଭିଯୁକ୍ତ ଗିରଫ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୦୬/୦୮:
ବେଆଇନ ମଦ କାରବାର ବିରୋଧରେ ନୂଆପଡ଼ା ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ଧରମବନ୍ଧା ଥାନା ଅନ୍ତର୍ଗତ ଖଲନା, ଆମାନରା ଓ ଟୋରା ଗ୍ରାମରେ ଚଢ଼ାଉ କରାଯାଇଥିଲା।ନୂଆପଡ଼ା ଅବକାରୀ ରେଞ୍ଜର ଅବକାରୀ ନିରୀକ୍ଷକ ହୀରାବତୀ ଥାଟି ଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀମାନେ ଏହି ଚଢ଼ାଉ ପରିଚାଳନା କରିଥିଲେ।
ଚଢ଼ାଉ ସମୟରେ ମୋଟ ୪୫ ଲିଟର ଅନ୍ୟ ରାଜ୍ୟର ମଦ (ଓଏସଏଲ୍) ଜବତ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାମଲା ରୁଜୁ କରାଯାଇଛି। ପରବର୍ତ୍ତୀ ସମୟରେ ସେମାନଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସେହିପରି,ଅବକାରୀ ଷ୍ଟେସନ୍ ପକ୍ଷରୁ ଆଜି ଧୋବଲମୁଣ୍ଡା, ମାଲିକମୁଣ୍ଡା ଓ ଛତା ଗ୍ରାମରେ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା।ଚଢ଼ାଉ ସମୟରେ ପି.ଆର୍. ନଂ. ୧୨୭/୨୬-୨୭, ୧୨୮/୨୬-୨୭ ଓ ୧୨୯/୨୬-୨୭ ରେ ମୋଟ ୨୭ ଲିଟର ଅନ୍ୟ ରାଜ୍ୟର ମଦ (Other State Liquor-OSL) ଜବତ କରାଯାଇଥିଲା। ଏହି ଘଟଣାରେ ଦେବକୀ ପାଣ୍ଡେ, ହୀରାରାମ ପୁଞ୍ଜି ଓ ତରୁଣ ମହାନନ୍ଦଙ୍କୁ ଗିରଫ କରାଯାଇ ପରେ ଜେଏମ୍ଏଫ୍ସି କୋର୍ଟ, କୋମନାରେ ହାଜର କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଛି।
ଏହି ଚଢ଼ାଉରେ ଓଆଇସି ଅଲେଖ ପଟେଲ, ସହକାରୀ ଉପ-ନିରୀକ୍ଷକ ଅମରନାଥ ବିଶୋଇ ଏବଂ ଅବକାରୀ କନଷ୍ଟେବଳ ମଲୟ ମହାଲଙ୍ଗ, ମୋହନ ତାଣ୍ଡି ଓ ରୀତାଞ୍ଜଳି ଶବର ସାମିଲ ଥିଲେ।ବେଆଇନ ମଦ କାରବାର ବିରୋଧରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଚଢ଼ାଉ ଓ ଯାଞ୍ଚ କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
