SLUG – ଲାଞ୍ଚ ନେବାବେଳେ ଧରା ହେଲା ଲାଞ୍ଚୁଆ ଅଫିସର ପ୍ରଶାନ୍ତ ଭଟ୍ଟ।
Place -Ranpur
Date- 08/08/2026
Slug – ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଅଧୀନରେ ମନରେଗା ମଜୁରି ଟଙ୍କା କରାଇଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜ ଜଙ୍କିଆ ଗ୍ରାମପଞ୍ଚାୟତର ଆକାଉଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର ପ୍ରଶାନ୍ତ କୁମାର ଭଟ୍ଟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଜଣେ ହିତାଧିକାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ଘର ନିର୍ମାଣ କାମ ଶେଷ କରିଥିଲେ। ନିୟମ ଅନୁଯାୟୀ ବୋନସ୍ ଓ ମନରେଗା ଅଧୀନରେ ପାଇବାକୁ ଥିବା ଅର୍ଥ ପାଇଁ ସେ ବାରମ୍ବାର ଏଡିଇଓଙ୍କୁ ଅନୁରୋଧ କରୁଥିଲେ ମଧ୍ୟ ଲାଞ୍ଚ ନଦେଲେ କାମ ହେବନିବୋଲି କହିଥିଲେ ବାବୁ। ଅଭିଯୋଗ ଅନୁସାରେ, ବାବୁ ପ୍ରଶାନ୍ତ ଭଟ୍ଟ ବିଲ୍ କରିବା କହି ଆଗରୁ ହିତାଧିକାରୀଙ୍କ ଠାରୁ ମୋଟା ଅଙ୍କର ପାଉଣା ନେଉଥିବା ବେଳେ,,, ଆଉ ୪ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ହିତାଧିକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଯୋଜନାବଦ୍ଧ ଚଢ଼ାଉ କରାଯାଇଥିଲା। ଆଜି ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ବାବୁ ପ୍ରଶାନ୍ତ ଭଟ୍ଟ ଙ୍କୁ କାବୁ କରିଥିଲା। ତାଙ୍କ ନିକଟରୁ ୪ ହଜାର ଟଙ୍କା ଜବତ କରାଯାଇଛି। ଅନ୍ୟ ଦିଗକୁ ନଜରରେ ରଖି ପ୍ରଶାନ୍ତ ଭଟ୍ଟଙ୍କ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।
ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ଆଉ ଅଧିକ ତଦନ୍ତ ଚାଲିଛି।
