ସାନ ଏଣ୍ଡ ନିଲ ଫାଉଣ୍ଡେସନ ର ତୃଷ୍ଣା ନିବାରଣ କାର୍ଯ୍ୟକ୍ରମ।
ବ୍ରହ୍ମପୁର -ଅଗ୍ରଣୀ ସେବା ଅନୁଷ୍ଠାନ ସାନ ଏଣ୍ଡ ନିଲ ଫାଉଣ୍ଡେସନ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ତୃଷ୍ଣା ନିବାରଣ କାର୍ଯ୍ୟକ୍ରମ କରୁଛି। ପ୍ରଚଣ୍ଡ ରୌଦ୍ର ତାପରେ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ବ୍ରହ୍ମପୁର ସହର ଦକ୍ଷିଣ ଓଡ଼ିଶାର ମୁଖ୍ୟ ବାଣିଜ୍ୟ ପେଣ୍ଠ ସ୍ଥଳୀ ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ ମାନେ ଆସିଥାନ୍ତି। ତୀବ୍ର ଗରମ ଓ ଆଦ୍ରତା ରେ କ୍ଲାନ୍ତ ହୋଇଥିବା ଯାତ୍ରୀମାନଙ୍କୁ ଥଣ୍ଡା ପାନୀୟ ବଣ୍ଟନ କରାଯାଉଛି। ତାପ ତରଙ୍ଗରେ ପୀଡିତ ୧୦୦୦ରୁ ଅଧିକ ଲୋକମାନେ ତାଙ୍କର ତୃଷ୍ଣା ଶାନ୍ତ କରି ଅତ୍ୟନ୍ତ ଖୁସି ପ୍ରକାଶ କରିଥିଲେ ବୋଲି ଫାଉଣ୍ଡେସନ ର ପ୍ରତିଷ୍ଠାତା ପି ଧର୍ମା ରାଓ କହିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସଚିବ ଏସ ଚିଟି ବାବୁ, କିରଣ ପାତ୍ର, ସୁରେଶ ଚନ୍ଦ୍ର ବେହେରା, ଦୀନେଶ କୁମାର, ସନ୍ଧ୍ୟା, ଲକ୍ଷ୍ମଣ ରେଡ୍ଡୀ, ସମୀର ଏବଂ ତୋଣ୍ଡା ସେଠି ସମେତ ବହୁ କାର୍ଯ୍ୟକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ।
