ଜଣେ ଦକ୍ଷ ପ୍ରଶାସକ ଭାବେ ସୁନାମ ଅର୍ଜନ କରିଥିବା ସଞ୍ଜୟ କୁମାର ବିଶ୍ଵାଳ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ।
ଭୁବନେଶ୍ବର(ନି.ପ୍ର): ଜଣେ ଦକ୍ଷ ପ୍ରଶାସକ ଭାବେ ବେଶ୍ ସୁନାମ ଅର୍ଜନ କରିଥିବା ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସଞ୍ଜୟ କୁମାର ବିଶ୍ଵାଳ ସୂଚନା ଓ ଲୋକସମ୍ପର୍କ ବିଭାଗ ର ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଲୋକସମ୍ପର୍କ ଭବନ ସମିଳନୀ କକ୍ଷଠାରେ ଶ୍ରୀ ବିଶ୍ଵାଳ ଙ୍କୁ ଅତିରିକ୍ତ ଶାସନ୍ ସଚିବ ଅଶୋକ କୁମାର ବେହୁରିଆ, ଯୁଗ୍ମ ଶାସନ ସଚିବ କଲାମୁଦ୍ଦିନ, ଅତିରିକ୍ତ ନିର୍ଦ୍ଦେଶକ ସ୍ମିତା କର ଓ ଯୁଗ୍ମ ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିବା ସହ ପୂର୍ବତନ ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ ଙ୍କୁ ତାଙ୍କର ନୂତନ କାର୍ଯ୍ୟଭାର ନେଇ ଶୁଭେଚ୍ଛା ଜଣାଇଥିଲେ। ବିଭାଗୀୟ ଅନ୍ୟ ଅଧିକାରୀମାନେ ଶ୍ରୀ ବିଶ୍ଵାଳ ଙ୍କୁ ଭେଟି ସ୍ଵାଗତ ଜଣାଇଥିଲେ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନିର୍ଦ୍ଦେଶକ ଶ୍ରୀ ବିଶ୍ଵାଳ ପୂର୍ବରୁ ବାଣିଜ୍ୟ ଓ ପରିବହନ ବିଭାଗରେ ଅତିରିକ୍ତ ଶାସନ ସଚିବ, ଓଡିଶା ରାଜ୍ୟ ପରିବହନ ନିଗମ ସମେତ ବିଭିନ୍ନ ବିଭାଗରେ ଜଣେ ଦକ୍ଷ ପ୍ରାଶାସନିକ ଅଧିକାରୀ ଭାବେ କାର୍ଯ୍ୟକରି ବେଶ ସୁନାମ ଅର୍ଜନ କରିଥିଲେ।
