“ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା (ରମେଶ ଅଗ୍ରୱାଲ.:ନିପ୍ର) ଦ୍ୱାରା ସଂପର୍କିତ ଆଇନ୍ ସଚେତନତା କାର୍ଯ୍ୟକ୍ରମ”
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଳା ଦୌରା ଜଜ୍ ଶ୍ରୀ ଦାମୋଦର ରଥ ଙ୍କ ପରାମର୍ଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା-୨୩.୦୪.୨୦୨୬ ରିଖ ଗୁରୁବାର ସମୟ ଘ.୧୦.୦୦ମି ସମୟ ରେ ସ୍ଥାନୀୟ ହାଲୁଆ ପଞ୍ଛାୟତ ପରିସରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଯଥା ଏଫ୍.ଆଇ.ଆର, ବେଲ୍, ସମନସ, ୱାରେଣ୍ଟ, ଅପିଲ, ପ୍ଲିବାରଗେନିଙ୍ଗ ଓ ଅଧାରୁ ପାଠ ଛାଡୁଥିବା ଛାତ୍ର ଛାତ୍ରୀମାନଙ୍କ ପାଇଁ ଥିବା ସରକାରୀ ଆର୍ଥିକ ସହାୟତା ଇତ୍ୟାଦି ଉପରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ଥାନାର ଏସ୍.ଡି.ପିଓ ଶ୍ରୀ ଗୌରହରି ସାହୁ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପ୍ରଣ୍ଟ ଅଫିସ ରିଟେନର ସୁକାନ୍ତ ଦାସ, ହାଲୁଆ ଗ୍ରାମର ସରପଞ୍ଛ ଓ ଗ୍ରାମର ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ I ରାୟଗଡା ଥାନାର ଏସ୍.ଡି.ପିଓ ଶ୍ରୀ ଗୌରହରି ସାହୁ ନିଜର ବକ୍ତବ୍ୟରେ ଏଫ୍.ଆଇ.ଆର, ବେଲ୍, ସମନସ, ୱାରେଣ୍ଟ, ଅପିଲ, ପ୍ଲିବାରଗେନିଙ୍ଗ ଇତ୍ୟାଦି ଉପରେ ବିସୃତ ଭାବରେ ଅଂଶଗ୍ରହଣକାରୀ ମାନଙ୍କୁ ବୁଝାଇଥିଲେ I ସେହିପରି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ନିଜର ବକ୍ତବ୍ୟରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ଓ ଅଧାରୁ ପାଠ ଛାଡୁଥିବା ଛାତ୍ର ଛାତ୍ରୀମାନଙ୍କ ପାଇଁ ଥିବା ସରକାରୀ ଆର୍ଥିକ ସହାୟତା ଉପରେ ଆଲୋକପାତ କରିବା ସହିତ ଅନ୍ଧବିଶ୍ୱାସ ରୁ କିପରି ଦୂରରେ ରହିବା ସେ ଉପରେ ବିସୃତ ଭାବରେ ଅଂଶଗ୍ରହଣକାରୀ ମାନଙ୍କୁ ବୁଝାଇଥିଲେ I ସେହିପରି ଉପସ୍ଥିତ ଥିବା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ପ୍ରଣ୍ଟ ଅଫିସ ରିଟେନର ସୁକାନ୍ତ ଦାସ ନିଜର ଅଭିଭାଷଣରେ ଭାରତୀୟ ଆଇନ ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ଆଇନକୁ କିପରି ସଠିକରୂପେ ପ୍ରଣୟନକରି ସାଧାରଣଲୋକମାନଙ୍କୁ ଉଚିତନ୍ୟାୟ ପ୍ରଦାନ ସହ ଦୋଷୀ ନିର୍ଦୋଶରେ ଖସିପାରିବ ନାହିଁ ସେ ସଂପର୍କରେ ଆଲୋଚନା କରିବା ସହିତ ବିଭିନ୍ନ ଅସୁବିଧା ସମୟରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ଦ୍ୱାରସ୍ଥ ହେବା ପାଇଁ ସମସ୍ତ ଜନସାଧାରଣ ମାନଙ୍କୁ ବୁଝାଇଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ଗ୍ରାମର ସମସ୍ତ ଜନସାଧାରଣ ଓ ମାନ୍ୟବର ଅତିଥି ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଙ୍କ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଶେସ ହୋଇଛି I
