ବରଡ଼ାବିଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ।
ଧରାକୋଟ , ୨୯/୦୮/୨୦୨୬ ( ରିପୋର୍ଟ – ବାପୁନି ସେଠୀ ) : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅନ୍ତର୍ଗତ ବରଡ଼ାବିଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଧରାକୋଟ ଥାନାର ଆଇଆଇସି (IIC) ଚନ୍ଦ୍ରିକା ସ୍ୱାଇଁ ଏବଂ ତାଙ୍କ ପୋଲିସ ଷ୍ଟାଫ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ସମ୍ପ୍ରତି ବୃଦ୍ଧି ପାଉଥିବା ସାଇବର ଅପରାଧ ଏବଂ ଅନଲାଇନ୍ ଠକେଇ ସମ୍ପର୍କରେ ସଚେତନ କରାଯାଇଥିଲା।
କୌଣସି ଅଜଣା ବ୍ୟକ୍ତିଙ୍କ ସହ ନିଜର ବ୍ୟାଙ୍କ୍ OTP କିମ୍ବା ପାସୱାର୍ଡ ଶେୟାର ନ କରିବାକୁ ପରାମର୍ଶ।
ମୋବାଇଲ୍କୁ ଆସୁଥିବା କୌଣସି ସନ୍ଦେହଜନକ କିମ୍ବା ଅଜଣା ଲିଙ୍କ୍ରେ କ୍ଲିକ୍ ନ କରିବାକୁ ସାବଧାନ କରାଯାଇଛି।
ସୋସିଆଲ ମିଡିଆ କିମ୍ବା ଅନଲାଇନରେ ନିଜର ବ୍ୟକ୍ତିଗତ ତଥ୍ୟ କାହାକୁ ନ ଦେବା ପାଇଁ ଅବଗତ କରାଯାଇଛି।
ଆଜିର ଡିଜିଟାଲ ଯୁଗରେ ସାଇବର ଠକେଇରୁ ନିଜକୁ କିପରି ସୁରକ୍ଷିତ ରଖାଯାଇପାରିବ, ସେ ନେଇ IIC ଚନ୍ଦ୍ରିକା ସ୍ୱାଇଁ ଛାତ୍ରଛାତ୍ରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଥିଲେ।
ବିଦ୍ୟାଳୟ ପରିସରରେ ଏଭଳି ଏକ ସୁନ୍ଦର ଓ ଶିକ୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ କରି ଆବଶ୍ୟକ ସହଯୋଗ ଓ ସଚେତନତା ବାର୍ତ୍ତା ବାଣ୍ଟିଥିବାରୁ, ଧରାକୋଟ ଥାନା IIC ଚନ୍ଦ୍ରିକା ସ୍ୱାଇଁ ଏବଂ ତାଙ୍କ ସମସ୍ତ ଷ୍ଟାଫ୍ଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ହୃଦୟରୁ ଧନ୍ୟବାଦ ଅର୍ପଣ କରାଯାଇଛି।
