*ଜଙ୍ଗଲରୁ ଟଙ୍କା ଆଣିବାକୁ ଯାଇ ପୋଲିସ ଜାଲରେ ପଡ଼ିଲେ ୨ ମହିଳା ମାଓବାଦୀ ଓ ଜଣେ ସହଯୋଗୀ; ଟିଫିନ୍ ଡବାରୁ ୨୧ ଲକ୍ଷ ଜବତ*।
ନୂଆପଡା(ମିଖାଏଲ ନନ୍ଦ)
ଓଡ଼ିଶା ଛତିଶଗଡ଼ ସୀମାନ୍ତ ମାଓ ଗତିବିଧି ନେଇ ବଡ ଘଟଣା ସମ୍ମୁଖରେ ଆସିଅଛି। ଆତ୍ମ ସମର୍ପଣ ମାଓବାଦୀ ମାନେ ଜଙ୍ଗଲରେ ଲୁଚାଇ ଥିବା ଟଙ୍କା ଆଣିବାକୁ ଯାଇଥିଲେ। ଗରିଆବନ୍ଧ ପୋଲିସ ଆତ୍ମସମର୍ପଣ କରିଥିବା ୨ ମାଓବାଦୀ ସହ ୧ ଜଣ ସହଯୋଗୀ ଙ୍କୁ ଗିରଫ କରିଛନ୍ତି। ଘଟଣା ସ୍ଥଳରେ ଟିଫିନ୍ ଡବା ରେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ ୨୧ ଲକ୍ଷ ଟଙ୍କା ଜବତ କରିଥିଲେ। ପୋଲିସ ପୂର୍ବରୁ ତାଙ୍କ ଉପରେ ତୀକ୍ଷ୍ଣ ନଜର ରହିଥିବା ବେଳେ ତାଙ୍କ ଗତିବିଧି ଉପରେ ନଜର ରହିଥିଲା। ଟିଫିନ୍ ଡବା ନେଇ ଫେରୁଥିବା ବେଳେ ତାଙ୍କୁ ସେହି ଜଙ୍ଗଲରେ ପୋଲିସ ଘେର ଧରିଥିଲେ। ଗରିଆବନ୍ଧ ପୋଲିସ ଘଟଣାସ୍ଥଳ ରେ ଟିଫିନ୍ ଡବାରୁ ୨୧ ଲକ୍ଷ ଟଙ୍କା ଜବତ କରିଛନ୍ତି। ଆତ୍ମ ସମର୍ପଣ ମାଓ ଦୁଇ ମହିଳା ମାନେ ତାଙ୍କ ସହଯୋଗୀ ଙ୍କୁ ନେଇ ଜଙ୍ଗଲରେ ଲୁଚାଇଥିବା ମାଟି ତଳରେ ଟଙ୍କା ପୋତିଥିଲେ। ସେହି ଟଙ୍କାକୁ ଆଣିବା ପାଇଁ ଦୁଇ ମହିଳା ମାଓ ସହ ଜଣେ ସମର୍ଥକ ଯାଇ ଆଣିବା ପ୍ରାୟ ସ କରୁଥିଲେ। ତାଙ୍କ ପ୍ରୟାସ କୁ ପୋଲିସ ଭଣ୍ଡୁର କରି ତାଙ୍କୁ ଗିରଫ କରିଛନ୍ତି। ସମ୍ବାଦିକ ସମ୍ମିଳନୀ ରେ ଅତିରିକ୍ତ ପୋଲିସ ଆରକ୍ଷୀ ଅଧୀକ୍ଷକ ପକ୍ଷ ରୁ ଏସପି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି। ସୁକମା ଜିଲ୍ଲାର ଗାମଗୁଲାର ଗ୍ରାମର ସୀଙ୍ଗୋ ଔରଫ ରୋଶନୀ , ଚଳପତି ର ମୁଖ୍ୟ ଗାଡ ଥିଲେ। ଦ୍ୱିତୀୟ ସୁକମା ଜିଲ୍ଲା ଏଟେଗଟ୍ଟା ବୁଦ୍ଧରୀ ମୁଚାକି ଔରଫ ସୋନୀ , ତୃତୀୟ ଆରୋପି ଭୂତଟୋଣ୍ଡା ଗ୍ରାମ ମେନପୂର୍ ର ନୋହର ମରକାମ, ଙ୍କୁ ଗିରଫ କରିଛନ୍ତି। ଘଟଣା ସ୍ଥଳରୁ୩ ଗୋଟି ମୋବାଇଲ୍ ଫୋନ୍, ଏକ ବାଇକ ଜବତ କରିଛନ୍ତି। ଏହି ସମ୍ପର୍କ ରେ ଅତିରିକ୍ତ ପୋଲିସ ଆରକ୍ଷୀ ଅଧୀକ୍ଷକ କର୍ଣ୍ଣ ଓକେ ସୂଚନା ଦେଇଛନ୍ତି। ଭାରତ ଦଣ୍ଡ ସହିତା ଅନୁଧାୟୀ ଧାରା ୩୦୮ (୨), ୬୧ (୨) ଅଧିନିୟମ ୟୂଏପିଏ ଅନୁଧାୟୀ ୧୭, ୧୮, ୨୦, ୩୮ ଓ ୪୦ ମାମଲା ଦର୍ଜ କରିଛନ୍ତି।,
