*ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ପାନୀୟଜଳ ଟ୍ୟାଙ୍କର ସେବା ଶୁଭାରମ୍ଭ, ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇ ଉଦ୍ଘାଟନ* ନୂଆପଡା(ମିଖାଏଲ ନନ୍ଦ)
ତା:୨୨/୦୪
ଖରୀଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ପାନୀୟଜଳ ଟ୍ୟାଙ୍କର ସେବା ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗଦେଇ ପାନୀୟ ଜଳ ସେବା ଆରମ୍ଭ ନିଶ୍ଚିତ ରୂପେ ଜନତାଙ୍କ ସୁବିଧା ରେ ଆସିବ ବୋଲି କହିଥିଲେ। ସଭାରେ ଖରୀଆର ରୋଡ ନଗର ଅଧ୍ୟକ୍ଷା ଡଃ ସୋନିଆ ଜୈନ, ୱାର୍ଡ ସଭ୍ୟ ସଭ୍ୟା ସଚେତନ ନାଗରିକମାନେ ଯୋଗ ଦେଇଥିଲେ। ଏହା କେବଳ ଲୋକ ଦେଖାଣିଆ ନୁହେଁ ନଗର ପ୍ରଶାସନ ଲୋକଙ୍କୁ ସୁବିଧା ଯୋଗାଣ ରେଙ୍କର୍ମ ତତ୍ପରତା ନୈତିକ କର୍ତ୍ତବ୍ୟ ଅଟେ ବୋଲି ସୋନିଆ ଜୈନ ପ୍ରକାଶ କରିଛନ୍ତି।
