ବହୁ ପ୍ରତୀକ୍ଷା ର ଘଟିଛି ଅନ୍ତ ଖୋଲିଛି ଜିରିଡାମାଳି ହାଟ
କାମାକ୍ଷାନଗର
ଢେଙ୍କାନାଳ ଜିଲ୍ଲା ର ଅନ୍ୟତମ ବ୍ୟବସାୟୀ ଙ୍କ ପେଣ୍ଠ ସ୍ଥଳୀ କାମାକ୍ଷାନଗର ଅନ୍ତର୍ଗତ କାନପୁରା ପଂଚାୟତ ର ଜିରିଡାମାଳୀ ଠାରେ ଖୋଲିଛି ସାପ୍ତାହିକ ହାଟ l କାମାକ୍ଷାନଗର ଏନ ଏ ସୀ ସଂନିକଟ ଜିରିଡାମାଳୀ ଛକ ଠାରେ ଆଜିଠାରୁ ଆରମ୍ଭ ହୋଇଛି ସାପ୍ତାହିକ ହାଟ l ପ୍ରତି ଗୁରୁବାର ଖୋଲିବାକୁ ଥିବା ଏହି ହାଟରେ ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକ ସମେତ କାମାକ୍ଷାନଗର ବ୍ଲକ ର ବିଭିନ୍ନ ଚାଷୀ ଉତ୍ପାଦନ କରୁଥିବା ସେମାନଙ୍କର ପନିପରିବା ବିକ୍ରୟ କରିବା ସହ ବ୍ୟବସାୟୀ ବନ୍ଧୁ ମାନେ ଉକ୍ତ ହାଟରେ ଭଲ ବ୍ୟବସାୟ କରିବେ ବୋଲି କୁହାଯାଇଛି l ତା ସହ କାମାକ୍ଷାନଗର, ଜିରିଡାମାଳୀ ଏବଂ ଆଖ ପାଖ ଗ୍ରାମର ବହୁ ଖାଉଟି ଉକ୍ତ ହାଟରୁ ସହଜ ରେ ଜିନିଷ ପତ୍ର କିଣିବାପାଇଁ ସକ୍ଷମ ହେବେ
କାମାକ୍ଷାନଗର ରୁ ଧର୍ମାନନ୍ଦ ସେଠି ଙ୍କ ଖବର
