*ଦାଦନ ଶ୍ରମିକଙ୍କ କରୁଣ କାହାଣୀ, ଟ୍ରେନରେ ଦାଦନ ନିଖୋଜ, ପରିବାର ଉପରେ ଅକାଳ ଚଡ଼କ, ପରିବାର ରୋଜଗାରକ୍ଷମ ବ୍ୟକ୍ତ ହରା*
ନୂଆପଡା (ମିଖାଏଲ ନନ୍ଦ)
ତା:୨୨.୦୪.
ନୂଆପଡ଼ା ଜିଲ୍ଲା କୋମନା ବ୍ଲକର ଦାଦନ ଶ୍ରମିକ କରୁଣ କାହାଣୀ , ଦାଦନ ଖଟିବାକୁ ଯାଇ ସେଠାରେ ଟ୍ରେନ ନିଖୋଜ ହୋଇଥିବା ଘଟଣା ସାମ୍ନାକୁ ଆସିଅଛି। କାମ ଧନ୍ଦା ଅଭାବରୁ ପେଟ ପାଟଣା ପାଇଁ ନୂଆପଡ଼ା ଜିଲ୍ଲା କୋମନାର ପ୍ରଦ୍ୟୁମ୍ନ ବିଶି ହାଇଦ୍ରାବାଦକୁ ଯାଇଥିଲେ l ଚଳିତ ମାସ ୧୦ ତାରିଖରେ ନିଜ ସାଙ୍ଗମାନଙ୍କ ସହ ପ୍ରତ୍ୟାବର୍ତ୍ତନ ପାଇଁ ବାହାରି ଥିଲେ l କିନ୍ତୁ ୧୪ ଦିନ ହେବ ତାଙ୍କ ସହ ଆଉ କୌଣସି ଯୋଗାଯୋଗ ହୋଇ ପାରୁନି l ପ୍ରଦ୍ୟୁମ୍ନ ବିଶି ଟ୍ରେନରେ ହିଁ ନିଖୋଜ ହୋଇ ଥିବା ତାଙ୍କ ମାଆ ନୂରା ବିଶି ଓ ବଡ ଭାଇ ଅଭିରାମ ବିଶି ଅଭିଯୋଗ କରିଛନ୍ତି l କୋମନା ଥାନାରେ ଏକ ମାମଲା ରୁଜୁ କରିଥିବା ବେଳେ ପୋଲିସର ମତାମତ ମିଳି ପାରି ନାହିଁ l ଜିଲ୍ଲା ଶ୍ରମ ବିଭାଗ କୁ ବିଶେଷ ଅନୁରୋଧ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ନିଖୋଜ ଶ୍ରମିକଙ୍କୁ ଉପଯୁକ୍ତ ସନ୍ଧାନ ଲଗାଇବାକୁ ଅନୁରୋଧ।
