*ଉଦନ୍ତୀ ଅବବାହିକା ରେ ଭବ୍ୟ ଓ ଦିବ୍ୟ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବ, ଶକ୍ତି ଓ ଶିବ ଉପାସନା ମହା ମିଳନ* ନୂଆପଡା(ମିଖାଏଲ ନନ୍ଦ)
ତ:୨୨.୦୪.
ନୂଆପଡା ଜିଲ୍ଲା ସିନାପାଲି ଉଦନ୍ତୀ ନଦୀ କୂଳରେ ନବନିର୍ମିତ ଭବ୍ୟ ଓ ଦିବ୍ୟ ଶିବମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜିଠାରୁ ଆରମ୍ଭ ହେଉଛି l ଆଗାମୀ ପାଞ୍ଚଦିନ ବ୍ୟାପି ହେବାକୁଥିବା ଏହି ଧାର୍ମିକ ସମାରୋହ ପ୍ରସ୍ତୁତି ଚୂଡାନ୍ତ ହୋଇଅଛି। ସାରା ଅଂଚଳ ଉତ୍ସବମୁଖର ପରିବେଶ। ଗୁରୁବାର ଏକ ବିରାଟ କଳସ ଶୋଭାଯାତ୍ରା ମାଧ୍ୟମରେ ଏହି ଉତ୍ସବର ଶୁଭାରମ୍ଭ ହେବାକୁଥିବା ବେଳେ ଏହି ଅବସରରେ ଘୃତଯଜ୍ଞ, ଜ୍ଞାନଯଜ୍ଞ, ଅନ୍ନ ଯଜ୍ଞ ଆଦି ସହ ନୂତନ ମନ୍ଦିରର ଗର୍ଭାଧାନ, ରୁଦ୍ରା ଭିଷେକ, ଷୋଡଶ ଉପଚାର, ଚଣ୍ଡୀପାଠ, ସୂର୍ଯ୍ୟପୂଜା, ବିଗ୍ରହଙ୍କ ନଗର ପରିକ୍ରମା, ଧ୍ବଜା ରୋହଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏଥିସହ ମନ୍ଦିର କମିଟି ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ବୈଠକୀ କୀର୍ତନ ମୁଖ୍ୟ ଆକର୍ଷଣ ରହିବ l ବୈଠକୀ କୀର୍ତନର ପଶ୍ଚିମ ଓଡିଶା ପ୍ରସିଦ୍ଧ ଗାୟକ ଗାୟିକା ପ୍ରଦୀପ ସାହୁ, ବିଜ୍ଞସୀ ବାରିକ, ଦେବକୀ ସାହୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି l ଲୋକ ତଥ୍ୟ ଅନୁସାରେ ପ୍ରାୟ ୧୯୪୦ ମସିହା ବେଳକୁ ଧର୍ମପ୍ରାଣ ଶିବ ଭକ୍ତ ଧନୁ ମେହେର ନିଜସ୍ୱ ପ୍ରୟାସରେ ଏଠାକାର ଏକ ଗଛ ମୂଳରେ ଉଭୟ ସିନାପାଲି ଓ କାପସି ଗ୍ରାମର କିଛି ଭଦ୍ର ବ୍ୟକ୍ତିଙ୍କ ଚେଷ୍ଟାରେ ପୂଜା ପାଇ ଆସୁଥିବା ଶିବ ଭଗବାନଙ୍କ ପାଇଁ ଏକ ଗୁଡ଼ି ତିଆରି କରିଥିଲେ ଯାହା
