କାମାକ୍ଷାନଗର ଅଞ୍ଚଳ ରେ ନକଲି ଡାକ୍ତରଙ୍କ ଯୋଗୁଁ ରୋଗୀ ହନ୍ତସନ୍ତ
କାମାକ୍ଷାନଗର, କାମାକ୍ଷାନଗର ଅଞ୍ଚଳରେ ନକଲି ଡାକ୍ତରଙ୍କ ଯୋଗୁଁ ଏବେ ରୋଗୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ପରିବାର ଲୋକେ ଖର୍ଚ୍ଚାନ୍ତ ହେଉଥିବାର ଅଭିଯୋଗ ହେଉଛି l କାମାକ୍ଷାନଗର ସହରର ଡାକ୍ତରଖାନା ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର, ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ଅଭାବ ଦେଖାଦେଇଛି l ଡାକ୍ତର ଅଭାବର ସୁଯୋଗ ନେଇ ଏବେ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ନକଲି ଡାକ୍ତର ମାନଙ୍କର ଦୌରାତ୍ମ୍ୟ ଜାରୀ ରହିଛି l ଏହି ନକଲି ଡାକ୍ତରମାନେ ରୋଗୀ ଦେଖିବା ସହିତ ନିମ୍ନ ମାନର ଔଷଧ ପ୍ରଦାନ କରି ବେଶ ଲୁଟୁଥିବାର ଅଭିଯୋଗ ହେଉଛି l ଗ୍ରାମାଞ୍ଚଳର ନିରୀୟ ଗରିବ ଗୁରୁବା ଲୋକମାନେ ଡାକ୍ତରଖାନା କିମ୍ବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନଆସି ଗ୍ରାମାଞ୍ଚଳରେ ଘୁରିବୁଲୁଥିବା କ୍ଵାକ ମାନଙ୍କ ପାଖକୁ ଯାଇ ଶୋଷଣ ର ଶୀକାର ହୋଇଥାନ୍ତି l କାମାକ୍ଷାନଗର ଉପଖଣ୍ଡର ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକ ଅଞ୍ଚଳରେ କ୍ଵାକ ସୃଷ୍ଟି ହୋଇଥିବା ବେଳେ କାମାକ୍ଷାନଗର ସହରର ନିକଟବର୍ତ୍ତୀ ବାଇସିଙ୍ଗା, ଖଟଖୁରା, ବଡସୁଆଁଳୋ,ପଣ୍ଡୁଆ,ବରୁଆଁ ଆଦି ଅଞ୍ଚଳରେ କ୍ଵାକ ମାନେ ନିଜର ପ୍ରଭାବ ବିସ୍ତାର କରି ରୋଗୀମାନଙ୍କୁ ଶୋଷଣ କରି ଆସୁଥିବାର ଅଭିଯୋଗ ହେଉଛି l କେତେକ କ୍ଵାକମାନେ ରୋଗୀଙ୍କୁ ଚିଜିତ୍ସା କରିବା ମଧ୍ୟରେ ରୋଗୀ ଗୁରୁତର ହେଲେ ସେମାନଙ୍କୁ ସାଙ୍ଗରେ ନେଇ କଟକ ରେ ଥିବା ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଇ ବେଶ ଲୁଟୁଥିବାର ଅଭିଯୋଗ ହେଉଛି l ବହୁ ରୋଗୀ ଏଭଳି କ୍ଵାକ ମାନଙ୍କ ହାବୁଡ଼ରେ ପଡି ସର୍ବସ୍ୱାନ୍ତ ହେବାର ମଧ୍ୟ ନଜିର ରହିଛି l ଜିଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଇ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନା ଗୁଡିକରେ ଡାକ୍ତର ନିଯୁକ୍ତି କରିବା ସହିତ କ୍ଵାକ ମାନଙ୍କ ପ୍ରତି ତଦନ୍ତ କ୍ରମରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସକାଶେ ସଚେତନ ନାଗରିକ ମହଲରେ ଦାବି ହେଉଛି l(ଧର୍ମାନନ୍ଦ ସେଠି ଙ୍କ ଖବର )
