*ନୂଆପଡାରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ସମୀକ୍ଷା ବୈଠକ: ବ୍ୟାଙ୍କ ଲିଙ୍କେଜରେ ୧୦୩% ସଫଳତା*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୨୪/୦୩
ନୂଆପଡ଼ା ଜିଲ୍ଲାରେ ଓଡ଼ିଶା ଜୀବିକା ମିଶନ (ଓଏଲଏମ୍) ଓ ମିଶନ ଶକ୍ତିର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ୨୩.୦୩.୨୦୨୬ ପର୍ଯ୍ୟନ୍ତ ବ୍ୟାଙ୍କ ଲିଙ୍କେଜ ସ୍ଥିତି ଓ ଅନ୍ୟାନ୍ୟ କାର୍ଯ୍ୟାବଳୀର ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ସମୁଦାୟ ୫୪୪୦ ଟି ପ୍ରକଳ୍ପ ଲକ୍ଷ୍ୟ ଥିଲାବେଳେ ୫୬୪୧ ଟି (୧୦୩ ପ୍ରତିଶତ)।ସଫଳତା ହାସଲ କରାଯାଇଛି l ଏହାସହ ୨୨୧ କୋଟି ୫୪ ଲକ୍ଷ ଟଙ୍କା ଆର୍ଥିକ ଲକ୍ଷ୍ୟ ଥିଲାବେଳେ ୨୮୬ କୋଟି ୦୬ ଲକ୍ଷ ଟଙ୍କା ବିତରଣ କରାଯାଇଛି ଯାହାକି ସମୁଦାୟ ଟାର୍ଗେଟ ର ୧୨୯.୧୨ ପ୍ରତିଶତ ଅଟେ।ଜିଲ୍ଲାପାଳ ବୈଠକରେ ସମସ୍ତ ଯୋଜନାରେ ୧୦୦ ପ୍ରତିଶତ ସଫଳତା ହାସଲ କରିବାକୁ ଓ ନୂଆପଡ଼ା ଜିଲ୍ଲାକୁ ରାଜ୍ୟରେ ନମ୍ବର–୧ କରିବାକୁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ସେ ବ୍ୟାଙ୍କ ଲିଙ୍କେଜକୁ ଆହୁରି ସୁଦୃଢ଼ କରିବାକୁ ମଧ୍ୟ ଜୋର ଦେଇଥିଲେ।ଏହି ଅବସରରେ ଦୁଇଜଣ “ଲକ୍ଷପତି ଦିଦି” ଜାନକୀ ରାଉତ (ଜୟ ହନୁମାନ ଏସ୍ଏଚ୍ଜି, ଇଚ୍ଛାପୁର) ଓ ପୂଜା ନିଆଳ (ମା’ ତାରିଣୀ ଏସ୍ଏଚ୍ଜି, କାଣ୍ଡେତରା)ଙ୍କୁ ସମ୍ମାନିତ କରାଯାଇଥିଲା।
ବୈଠକରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁନୀଲ କୁମାର ମଲ୍ଲିକ, ଲିଡ୍ ବ୍ୟାଙ୍କ ମ୍ୟାନେଜର୍ ହରିଶଙ୍କର ନିଆଲ, ବ୍ଲକ୍ ପ୍ରକଳ୍ପ ସଂଯୋଜକ ଧନୀରାମ ସବର ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
