ପୂଜାର୍ଚ୍ଚନାରେ ସୀମିତ ରହିବ ଶ୍ରୀରାମ ନବମୀ ମହୋତ୍ସବ। ଦୁଇ କମିଟି ବିବାଦ ରୁ ପରମ୍ପରା ଉପରେ ଲାଗିଲା ରୋକ। କୋକସରା ୨୪/୩( କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର) ବ୍ଲକର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରିଚଞ୍ଚରା ତଥା ମଧୁମାଧବ ତୀର୍ଥ ଏଥର ଶ୍ରୀରାମ ମହୋତ୍ସବ ନିରାଡ଼ମ୍ବର ଭାବେ ଆୟୋଜିତ ହେବା ଦୁଇ କମିଟି ବିବାଦ ଯୋଗୁଁ ବର୍ଷ ବର୍ଷ ଧରି ଚାଲି ଆସିଥିବା ପରମ୍ପରା ଉପରେ ରୋକ ଲାଗିଛି। ଯାହା କୁ ନେଇ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ମଧୁମାଧବ ତୀର୍ଥ କ୍ଷେତ୍ରରେ ୧୯୭୨ ମସିହା ରୁ ଶ୍ରୀରାମ ନବମୀ ମହୋତ୍ସବ ପାଳିତ ହୋଇଆସୁଥିଲା। ପୂର୍ବରୁ ଥିବା ଉନ୍ନୟନ କମିଟି ଓ ୨ ବର୍ଷ ତଳେ ଗଠିତ ଇଟିଜି କମିଟି ମଧ୍ୟରେ ପରିଚାଳନା ଦାୟିତ୍ବ ହସ୍ତାନ୍ତର ନେଇ ବିବାଦ ଦେଖାଦେଇଛି। ବର୍ତ୍ତମାନ ହାଇକୋର୍ଟ ରେ ଏକ ମାମଲା ବିଚାରାଧାନ ରହିଛି। ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ପ୍ରକ୍ଷରୁ ବିଭିନ୍ନ ସମୟରେ ସମନ୍ୱୟ ବୈଠକ କରି ଉଭୟ କମିଟି କର୍ମକର୍ତ୍ତାଙ୍କୁ ମିଳିତ ଭାବେ ଦାୟିତ୍ୱ ନେଇ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବ ଉନ୍ନୟନ କମିଟି ଏଥିରେ ସମ୍ମତି ଜଣାଇ ଥିବାବେଳେ ନୂତନ ଇଟିଜି କମିଟି ରାଜି ରାଜି ହୋଇନଥିଲା।ଏଣୁ ଚଳିତ ବର୍ଷ ନେଇ କଟକଣା ଜାରି କରାଯାଇଛି। ଏସମ୍ପର୍କରେ ବିଡିଓ ଡ,ହିମାଞ୍ଚଳ ମାଝୀ ଙ୍କ ପଚାରିବାରୁ ଉଭୟ କମିଟି ପକ୍ଷରୁ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ମନ୍ଦିର ରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ।ସେହି ଅବସରରେ କୌଣସି ଉତ୍ସବ ଦୋକାନ ବଜାର କିମ୍ବା ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇପାରିବନାହିଁ ବୋଳି କହିଛନ୍ତି।
