ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟାକାଣ୍ଡର ଛାତ୍ରୀଙ୍କ ପରିବାରକୁ ନ୍ୟାୟ ଏବଂ ଅଭିଯୁକ୍ତ କୁ ଫସିଦଣ୍ଡ,ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା
ରିପୋର୍ଟ ଗୋକୁଳାନନ୍ଦ ବେହେରା
ସ୍ଥାନ କାମାକ୍ଷାନଗର,
ଭଞ୍ଜଦୂତ ଖବର
କାମାକ୍ଷାନଗର ଥାନା ଅନ୍ତର୍ଗତ ସରୁଆଳି ଗ୍ରାମ ଜଙ୍ଗଲରେ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପରିବାରକୁ ନ୍ୟାୟ ପ୍ରଦାନ ସହିତ ଅଭିଯୁକ୍ତ କୁ ଫସିଦଣ୍ଡ ଦାବିରେ ବିଜୁ ଜନତା ଦଳ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଢେଙ୍କାନାଳ ଜିଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡାଙ୍କ ନେତୃତ୍ୱରେ ଦଳୀୟ ନେତୃବର୍ଗଙ୍କ ସହିତ କର୍ମୀମାନେ ହନୁମାନ ବଜାର ସ୍ଥିତ ହନୁମାନଙ୍କ ଠାରେ ଏକତ୍ରିତ ହେବା ପରେ ସେଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ଅଙ୍କିତା ପ୍ରିୟଦାର୍ଶନୀ ହତ୍ୟାକାଣ୍ଡ ରେ ପରିବାରକୁ ନ୍ୟାୟ ପ୍ରଦାନ କରିବା ଓ ଅଭିଯୁକ୍ତମାନଙ୍କୁ ଫାସୀ ଦଣ୍ଡ ଦାବି ରେ ନାରାବାଜୀ କରି ସଜର ପରିକ୍ରମା କରାଯାଇଥିଲା
