*ନୂଆପଡ଼ା ଜିଲ୍ଲା ପୋଲିସ କବଜାରେ ଦାଦନ ସର୍ଦ୍ଦାର, ଦାଦନ ସର୍ଦ୍ଦାର ସହ ପାଞ୍ଚ ଗିରଫ, ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା*।
ନୂଆପଡା(ମିଖାଏଲ ନନ୍ଦ)
ତା:୧୭.୧୦.
ନୂଆପଡ଼ା ଜିଲ୍ଲା ପୋଲିସ କୁ ବଡ ସଫଳତା, ପୋଲିସ କବଜାରେ ଦାଦନ ସର୍ଦ୍ଦାର, ଦାଦନ ସର୍ଦ୍ଦାର ସହ ପାଞ୍ଚ ଗିରଫ, ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେଇ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ମହସମୁନ ଅଞ୍ଚଳ ରୁ ପାଞ୍ଚ ଜଣଙ୍କୁ ଗିରଫ କରିଥିଲେ। ପରିବାର ଲୋକେ ଅଭିଯୋଗ କୁ ଭିତ୍ତିକରି କିଛି ଦଲାଲ ତାଙ୍କ ପରିବାର ଲୋକଙ୍କୁ ଅଟକୋ ବନ୍ଧକ ରଖି ତାଙ୍କୁ ଅମାନୁଷିକ ଅତ୍ୟାଚାର କରିଥିବା ବେଳେ ତାଙ୍କୁ ଟଙ୍କା ଫେରାଇବାକୁ ଦାବୀ କରୁଛନ୍ତି। ଏହି ଶ୍ରମିକ ଙ୍କୁ ଉତ୍ତର ପ୍ରଦେଶ ର ଇଟା ଭାଟିରେ ନିୟୋଜିତ କରିବାକୁ ଅର୍ଥି ପ୍ରଲୋଭନ ଦେଖାଇଥିଲେ। ତାଙ୍କ ପରିବାରକୁ ଅଟକ ରଖିଥିବା ଅଭିଯୋଗ କୁ ତଦନ୍ତ କରି ପାଞ୍ଚ ଜଣଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ଗୋଲୁ -ନିଲକମଲ୍ ଚନ୍ଦ୍ରକାର, ବେଲଟୁକରି, ମୁଲଚାନ୍ଦ ଶବର ପଣ୍ଡରାପାଣି, ସନୋଜ ଲୋହାର,ପଣ୍ଡରାପାଣି , ସନ୍ତୋଷ ଅଗ୍ରୱାଲ ତେନ୍ଦୁଖାନ, ପପୁ ଅଗ୍ରୱାଲ ବାସନା, ଙ୍କୁ ଗିରଫ କରିଛନ୍ତି। ଏସଡିପି, ନୂଆପଡ଼ା ଖିରେଶ୍ୱର ସାହୁ, ଏବଂ ସାମ୍ବାଦିକ ସମ୍ମିଲନୀ ରେ ସୂଚନା ଦେଇଛନ୍ତି।ଭାରତୀୟ ନ୍ୟାୟ ସଂହିତା ୧୯୭୯ ଆନ୍ତ ରାଜ୍ୟ ଦାଦନ ଶ୍ରମିକ ଆଇନ ମୁତାବକ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
