୬୫.୯୦ ଲକ୍ଷ ଟଙ୍କା ହେରଫେର ଘଟଣାରେ ଢେଙ୍କାନାଳ ବନ ବିଭାଗ କାର୍ଯ୍ୟାଳୟର ୩ ଗିରଫ
ଢେଙ୍କାନାଳ ସଦର : ୧୮/୧୦ ଢେଙ୍କାନାଳ ଡିଏଫ୍ଓ କାର୍ଯ୍ୟାଳୟରେ ଦୀର୍ଘ ୧୦ ବର୍ଷ ଧରି ୬୫ ଲକ୍ଷ ୯୦ ହଜାର ଟଙ୍କାର ଆର୍ଥିକ ହେରଫେର ଘଟଣାର ପର୍ଦ୍ଦାଫାସ କରିଛି ଓଡ଼ିଶା ଭିଜିଲାନ୍ସ। ଏହି ମାମଲାରେ କାର୍ଯ୍ୟାଳୟର ବରିଷ୍ଠ କିରାଣି ସୁଜିତ କୁମାର ଜେନା ସମେତ ତାଙ୍କର ଦୁଇ ସହଯୋଗୀ ସୌମ୍ୟ ରଞ୍ଜନ ବେହେରା ଓ ରଶ୍ମି ରଞ୍ଜନ ସ୍ୱାଇଁଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ସୂଚନା ଅନୁଯାୟୀ,ସୁଜିତ ଜେନା ବିଭିନ୍ନ ସମୟରେ ସରକାରୀ ଅର୍ଥକୁ ନିଜ ବ୍ୟକ୍ତିଗତ ଆକାଉଣ୍ଟ ଏବଂ ସହଯୋଗୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ହେରଫେର କରୁଥିଲେ। ଅଡିଟ୍ ରିପୋର୍ଟ ପରେ ଏହି ବଡ଼ ଦୁର୍ନୀତି ସାମ୍ନାକୁ ଆସିଥିଲା। ତିନି ଅଭିଯୁକ୍ତଙ୍କୁ ଢେଙ୍କାନାଳ ଭିଜିଲାନ୍ସ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ଏବଂ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
