ମହୁଲି ପୋଚ ଓ ହାତରନ୍ଧା ଦେଶୀ ମଦ ଜବତ, ଜଣେ ଗିରଫ।
କୋକସରା, ୧୭/୧୦ ( କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର ) : କୋକସରା ବ୍ଲକ କଳାହାଣ୍ଡି ଜିଲ୍ଲା ରେ ବେଆଇନ ଦେଶୀ ମଦ ପ୍ରସ୍ତୁତି କାରବାର ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଆମପାଣି ଥାନା ଅନ୍ତର୍ଗତ ରେ ଚଢାଉ କରି ମହୁଲି ପୋଚ ଓ ହାତରନ୍ଧା ଦେଶୀ ମଦ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ଧର୍ମଗଡ଼ ଉପଖଣ୍ଡ ଅବକାରୀ ଅଧିକାରୀ ଙ୍କ ନିର୍ଦ୍ଦେଶ ରେ ଜୁନାଗଡ଼ ଅବକାରୀ ଓଆଇସି ଓ କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ୱର ପଟେଲ ଙ୍କ ନେତୃତ୍ୱରେ ଆମପାଣି ଥାନା ଅନ୍ତର୍ଗତ ଖୁରର୍ସେଲଗୁଡା ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ବେଆଇନ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ, ମହୁଲି ପୋଚ ସମେତ ପ୍ରାୟ (୪୦) ଲିଟର ହିତ ରନ୍ଧା ଦେଶୀ ମଦ ଜବତ କରାଯାଇଥିଲା।ଏଥିସହ ମଦ ପ୍ରସ୍ତୁତି ସାମଗ୍ରୀ ନଷ୍ଟ କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ଆମପାଣି ଥାନା ଅନ୍ତର୍ଗତ ଖୁର୍ସେଲଗୁଡା ଗ୍ରାମର କିଶୋର ବେହେରା (୨୨) ଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋକସରା ଅବକାରୀ ବିଭାଗ ଥାନା ଅଧିକାରୀ ଗୁପ୍ତେଶ୍ୱର ପଟେଲ ସୂଚନା ଦେଇଛନ୍ତି। ବେଆଇନ ମଦ ପ୍ରସ୍ତୁତି ଜାରି ରହିଥିବା ଜଣାପଡ଼ିଛି।
