ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ଇହଲୀଳା ସମ୍ବରଣ ।
ତାଳଚେର: (କୃତ୍ତିବାସ ନାୟକ) ନୀପ୍ର
ଭଞ୍ଜ ଦୂତ ଖବର
ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ନାୟକ
ଆଜି ନିଜ ବାସଭବନରେ ୭୬ବର୍ଷ ବୟସରେ ପରଲୋକରେ ଗମନ କରିଛନ୍ତି ।ସେ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ ।ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ, ଏବଂ ପାଞ୍ଚ ପୁଅ ଓ ପାଞ୍ଚ ବହୁ ମାନଙ୍କ ସମେତ ପରିବାର ସଦସ୍ୟ ଓ ବନ୍ଧୁବର୍ଗ ଉପସ୍ଥିତ ଥିଲେ। ନିଜ ଗ୍ରାମ ମଶାଣିରେ ସ୍ବର୍ଗତ ସାରଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଥିଲା ।ପଚାଶ ବର୍ଷ ଶିକ୍ଷକତା କରିଥିବା ବେଳେ ଦୁଇ ହଜାର ଆଠ (୨୦୦୮) ରେ ଅବସର ଗ୍ରହଣ କରିଥିଲେ ।ସେ ଜଣେ ଆଦର୍ଶ ତଥା ଛାତ୍ର ବତ୍ସଳା ଶିକ୍ଷକ ଏବଂ ଦାୟିତ୍ୟ ସମ୍ପନ୍ନ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ ।ସେ ଜଣେ ଧର୍ମ ପରାୟଣ ଏବଂ ପରୋପକାରୀ ଶିକ୍ଷକ ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳଯାଇଛି । ଅଞ୍ଚଳର ବହୁ ମନ୍ୟ ଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଥିଲେ ।
