ସୋରରେ ପବିତ୍ର ଇଦ ଉଲ ଫିତର ପାଳିତ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର) : “ମୁବାରକ ମୁବାରକ ଆଇ ହେ ଇଦ” ଏହି ଇଦ ମୁବାରକର ଶୁଭେଚ୍ଛା ନେଇ ମୁସଲମାନ ମାନଙ୍କର ବଡ଼ ପର୍ବ ଇଦ ପାଳିତ ହୋଇଯାଇଛି । ଇଦ ପାଇଁ ଚଳଚଞ୍ଚଳ ହୋଇଛି ସବୁ ମସଜିଦ ଓ ଇଦଗା ପଡିଆ। ଠିକ ସେହପରି ସୋରରେ ସକାଳୁ ସକାଳୁ ନମାଜ ପାଠ ପାଇଁ ବିଭିନ୍ନ ମସଜିଦରେ ଭିଡ଼ ଦେଖିବାକୁ ମିଳିଥିଲା । ଆଜି ସୋର ପୌର ପାଳିକା ଅନ୍ତର୍ଗତ ଇଦଘା ପଡିଆରେ ସମୂହ ନମାଜ ପାଠ କରାଯାଇଥିଲା।ସମୂହ ନମାଜ ପାଠ ପରେ ସମସ୍ତେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଥିଲେ। ଇଦ ଏକ ଆରବୀ ଶବ୍ଦ ଯାହାର ଅର୍ଥ ଆନନ୍ଦ ଉତ୍ସବ ଓ ଫିଦର ବା ଫିତ୍ରର ଅର୍ଥ ହେଲା ଉପବାସ ଭାଙ୍ଗିବା। ମୁସଲମାନ୍ ସମ୍ପ୍ରଦାୟ ର ଲୋକ ମାନେ ଏକ ମାସ ଉପବାସ ରଖିବା ପରେ ଗତକାଲି ଜହ୍ନ ଦେଖିସାରିବା ପରେ ଆଜି ଇଦୁଲଫିତର୍ ପାଳନ କରିଛନ୍ତି । ଆଜି ସକାଳେ ପ୍ରାୟ ୩ହଜାରରୁ ଉର୍ଦ୍ଧ୍ବ ମୁସଲମାନ୍ ଭାଇମାନେ ସୋର କୋର୍ଟ ଛକ ସ୍ଥିତ ଇଦ୍ଘା ପଡିଆ ନିକଟରେ ପହଞ୍ଚି ସମୁହ ନମାଜ ପାଠ କରିଥିଲେ । ପରସ୍ପରକୁ ଇଦ ମୁବାରକ୍ ଜଣାଇବା ପରେ କାଜି ମହଲା ଏବଂ ପଠାଣ ମହଲା ମସଜିଦରେ ନମାଜ ପାଠ କରାଯାଇଥିଲା । ବାଲେଶ୍ୱର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନିରଞ୍ଜନ ବେହେରା,ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂହ,ସଦର ଏସ୍ଡ଼ିପିଓ ଶୁଭ୍ରାଂଶୁ ଶେଖର ନାୟକ , ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର ଓ ଅନନ୍ତପୁର ଥାନାଧିକାରୀ ସରୋଜ ଦାସଙ୍କ ନେତୃତ୍ୱରେ ତିନି ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
