ଭଞ୍ଜନଗର କୋର୍ଟ ପରିସର ରେ ଗଡ଼ିଲା ମୁଣ୍ଡ ।
———————————
ଭଞ୍ଜନଗର -୦୫/୦୩(ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା ) ଆଜି ଅପରାହ୍ନରେ ଭଞ୍ଜନଗର କୋର୍ଟ ପରିସର ଚଳ ଚଞ୍ଚଳ ଥିଲା, ଏସବୁ ଭିତରେ କୋର୍ଟ ସାମ୍ନାରେ ଘଟି ଗଲା ହତ୍ୟାକାଣ୍ଡ, ଜଣେ ବ୍ୟକ୍ତି ଆଖି ବୁଜା ଟାଙ୍ଗିଆରେ କରୁଥିଲେ ପ୍ରହାର, ରାସ୍ତାରେ ଲୋଟୁ ଥିଲା ଜଣେ ୪୫ବର୍ଷ ବୟସ୍କ ଯୁବକ ଙ୍କ କ୍ଷତ ବିକ୍ଷତ ଶରୀର, ଚାରିଆଡେ ରକ୍ତ।କିଏ କିଛି ବୁଝିବା ଆଗରୁ କ୍ରୋଧ ର ସୀମା ଡେଇଁ ଥିଲେ ଆକ୍ରମଣ କରିଥିବା ବ୍ୟକ୍ତି ଜଣକ।ହଁ ଦର୍ଶକ ବନ୍ଧୁ ଆମେ କହୁଚ୍ଛୁ ଭଞ୍ଜନଗର ସହର ର ଘଟଣା।ଆଜି ଦିହ ପଢାଳ ଗ୍ରାମର ଦିଲ୍ଲୀପ ଜେନା ନାମକ ଜଣେ ବ୍ୟକ୍ତି ବୁଦୁଲି ଗ୍ରାମର ଅଶୋକ ସ୍ୱାଇଁ ନାମକ ବ୍ୟକ୍ତିକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ, ସେ ଦୁଇ ହାତ,ବେକ କୁ ଟାଙ୍ଗିଆରେ ହାଣି ଦେଇଥିଲେ।ଅଶୋକ ଘଟଣା ସ୍ଥଳରେ ଛଟପଟ ହୋଇଥିଲା ଓ ପରେ ସାଧାରଣ ଲୋକେ ଆକ୍ରମଣ କରିଥିବା ଦିଲ୍ଲୀପ କୁ କାବୁ କରିଥିଲେ ଓ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବ୍ୟକ୍ତିକୁ ଗିରଫ କରିବା ସହ ଆହତ ବ୍ୟକ୍ତିକୁ ଡାକ୍ତରଖାନା ରେ ଭର୍ତ୍ତି କରିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।ସୂଚନାଯୋଗ୍ୟ ଯେ ଏହି ମୃତ୍ୟୁ ବରଣ କରିଥିବା ଵ୍ୟକ୍ତି ଅନୈତିକ ସମର୍କରେ ଥିଲେ ଓ କିଛି ଟଙ୍କା ଦେବାନେବା ଯୋଗୁ ଅସନ୍ତୋଷ ବଢି ଥିଲା।ସାଧାରଣ ଲୋକଙ୍କ କଥା ବାର୍ତ୍ତା ଅନୁସାରେ ମୃତ ବ୍ୟକ୍ତି ଜଣଙ୍କ ଦିଲ୍ଲୀପ ଙ୍କ ପରିବାରକୁ ବାରମ୍ବାର ବ୍ଲାକ ମେଲ କରୁଥିଲା।କିନ୍ତୁ ଆଜିର ଘଟଣା ପରେ ଭଞ୍ଜନଗର ପୋଲିସ ଦିଲ୍ଲୀପ ଙ୍କୁ ଗିରଫ କରିବା ସହ ତଦନ୍ତ ଚାଲୁ ରଖିଛି।
