*ଗରାମ ପଞ୍ଚାୟତ ର ଦୁର୍ନୀତି ଚରମ ସିମାରେ।*
*ବୃକ୍ଷରୋପଣ, ରାସ୍ତା, ଷ୍ଟ୍ରିଟ୍ ଲାଇଟ୍, ଘଟାଲା।*
*ସୂଚନା ଅଧିକାର ଖୋଲିଲା ପଞ୍ଚାୟତ ର ଦୁର୍ନୀତି।*
*ଅଧିକ ଅର୍ଥ ପଇଠ ଦାବିକରି ପିଇଓ ହଟହଟା।*
—————————
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅଧିକାର ବଳରେ ପଞ୍ଚାୟତ ରେ ହୋଇଥିବା ବୃକ୍ଷରୋପଣ, ଲାଇଟ୍, ଏନ୍ଆରଜିଏସ୍, ରାସ୍ତା ନିର୍ମାଣ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି। ପଞ୍ଚାୟତ ର ଏକ ବ୍ୟକ୍ତି ଏ ସମସ୍ତ ଦୁର୍ନୀତି ଜାଣିବାପାଇଁ ସୂଚନା ଅଧିକାର ବଳରେ ସମସ୍ତ ତଥ୍ୟ ମାଗିଥିଲେ। କିନ୍ତୁ ପିଇଓ ଫକୀର ମୋହନ ସାହୁ ଏହାକୁ ନଦେବା ପାଇଁ ଉକ୍ତ ବ୍ୟକ୍ତିଙ୍କୁ ଆବଶ୍ୟକ ଅର୍ଥ ଠାରୁ ଢେର୍ ଅଧିକ ଅର୍ଥ ଦାବି କରିଥିଲେ। କିନ୍ତୁ ଉକ୍ତ ବ୍ୟକ୍ତି ଏହାକୁ ନ ଡରି ସମସ୍ତ ଅର୍ଥ ପଇଠ କରିଥିଲେ। ପରବର୍ତ୍ତୀ ସମୟରେ ପିଇଓ ଏହି ଅର୍ଥ କୁ ଫେରାଇ ହଟହଟା ହୋଇଥିବା ଶୁଣିବାକୁ ମିଳୁଛି। ଏହି ସୂଚନା ଅଧିକାର ବଳରେ ଯାହା ତଥ୍ୟ ଆସିଛି ସେଥିରେ ଅନେକ କାଗଜପତ୍ର ଜାଲିଆତି ସହିତ ଅନେକ ଦସ୍ତଖତ ଭୁଲ ରହିଥିବା ବେଳେ ଅନେକ କାର୍ଯ୍ୟ ରେ ମୋଟା ଅଙ୍କର ବିଲ୍ ହୋଇ କାମ ହୋଇନଥିବା ଦେଖିବାକୁ ମିଳିଛି।ମିଳିଥିବା ସୂଚନା ଅନୁଯାୟୀ ତୁରୁଖା ଗ୍ରାମରେ ଏକ୍ ପେଡ୍ ମା କେ ନାମ୍ ରେ ଦୁଇ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ପଞ୍ଚାୟତ ର ପିଇଓ ଫକିର ମୋହନ ସାହୁ କାଗଜପତ୍ର ରେ ଦର୍ଶାଇଛନ୍ତି କି ଉକ୍ତ ଜାଗାରେ ୫୦୦ ଗଛ ଲାଗିବା ସହିତ ଏହାର ରକ୍ଷଣା ବେକ୍ଷଣ ପାଇଁ ପାଖାପାଖି ୬୧ ହଜାର ଖର୍ଚ୍ଚ ହୋଇଛି। ତେବେ ବଳକା ଅର୍ଥ କୁଆଡ଼େ ଗଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ଦାଇତ୍ୱ ସମ୍ପୂର୍ଣ୍ଣ ପିଇଓ ଫକୀର ମୋହନ ସାହୁଙ୍କ ଉପରେ ରହିଥିବାବେଳେ ବଳକା ଅର୍ଥ କୁଆଡ଼େ ଗଲାବେଳେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଜାଗାରେ ୫୦୦ ଗଛ ମଧ୍ୟ ନ ଲଗାଯାଇଥିବା ଶୁଣିବାକୁ ମିଳୁଛି।ଖାଲି ସେତିକି ନୁହେଁ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ବୃକ୍ଷ ମରାଗଲାଣିତ ଅନେକ ବୃକ୍ଷ କୁ ଗାଈ ଗୋରୁ ମଧ୍ୟ ଖାଇ ଗଲେଣି। ଅନ୍ୟପକ୍ଷରେ ପଞ୍ଚାୟତ ର ଅନେକ ଢଳେଇ ରାସ୍ତା ବିନା କାମରେ ବିଲ୍ ହେବା ସହିତ ଅଧାଥିବା ଏନ୍ଆରଜିଏସ୍ କାମ ଏବେ ପୂରଣ ହେଉଥିବା ନଜର କୁ ଆସୁଛି। ସେହିପରି ପଞ୍ଚାୟତ ରେ ଅନେକ ଷ୍ଟିକ୍ ଲାଇଟ୍ ଅଚଳ ହୋଇ ପଡ଼ିଥିବା ବେଳେ ଏହାର ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ବିଲ୍ ହୋଇଥିବା ଦେଖିବାକୁ ମିଳିଛି।ଲୁଚିନା ଗୋଡ଼ ଦୁଇଟା ଦିଶୁଛି ଭଳି ସୂଚନା ଅଧିକାର ବଳରେ ପଞ୍ଚାୟତ ର ସମସ୍ତ ଗୁମର ଫିଟିବାର ଲାଗିଛି। ପୂର୍ବରୁ ନଳକୂପ ଓ ଭତ୍ତା ର ଦୁର୍ନୀତି ମଧ୍ୟ ସୂଚନା ଅଧିକାର ବଳରେ ସାମ୍ନାକୁ ଆସିଥିଲେ।ଗରମ ପଞ୍ଚାୟତ ରେ ଏମିତି ଅନେକ ଦୁର୍ନୀତି ବ୍ଲକ ବିଡିଓ ଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପଞ୍ଚାୟତ ରେ ଅନ୍ତୋଦୟ ଗୃହ ଯୋଜନା ହେଉ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଏ ସମସ୍ତ ଯୋଜନା ରେ ମଧ୍ୟ ଅନେକ ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ଯୋଗ୍ୟ କରାଯାଇଥିବା ଦେଖିବାକୁ ମିଳିଛି। ସେମାନଙ୍କ ପାଖରୁ ମୋଟା ଅଙ୍କର ଅର୍ଥ ନେଇ ସରପଞ୍ଚ,ପିଇଓ,ଏଡିଓ,ଜେଇ ଙ୍କ ସମେତ ବ୍ଲକ କର୍ମଚାରୀ ମାନେ ହିତାଧିକାରୀ ମାନଙ୍କୁ ଯୋଗ୍ୟ କରିଥିବା ଶୁଣିବାକୁ ମିଳୁଛି। ଏମିତି କି ପଞ୍ଚାୟତ ର କିଛି ଅଧାଗଢ଼ା ଘରକୁ ଅନ୍ତୋଦୟ ଗୃହ ଯୋଜନା ମଧ୍ୟ ସାମିଲ କରାଯାଇଛି। ଏହା କିପରି ସମ୍ଭବ ବୋଲି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି ଓ ପିଇଓ ଫକିର ମୋହନ ସାହୁ ପଞ୍ଚାୟତ ର ଦାଇତ୍ୱ ନେବା ପରଠାରୁ ପଞ୍ଚାୟତ ର ଦୁର୍ନୀତି ଥମିବାର ନାଁ ନେଉନାହିଁ। ସେହିପରି ପଞ୍ଚାୟତ ର ନୂତନ କରି ଦାଇତ୍ୱ ନେଇଥିବା ମହିଳା ଯନ୍ତ୍ରୀ ମୋନାଲିସା ମଲ୍ଲିକ ମଧ୍ୟ ହରଡ଼ ଘଣାରେ ପଡ଼ି ଯାଇଛନ୍ତି। ପଞ୍ଚାୟତ ର ପ୍ରତ୍ୟେକ କାର୍ଯ୍ୟରେ ମୋଟା ଅଙ୍କର ଅର୍ଥ ମାଗୁଥିବାରୁ ଅନେକ ଜାଗାରେ ତାଙ୍କୁ ବିରୋଧ କରାଯାଉଥିବା ଶୁଣିବାକୁ ମିଳୁଛି। ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
