*ରାଜ୍ୟ ସରକାଙ୍କୁ ବବିଙ୍କ ଟାର୍ଗେଟ*
ଦଶରଥପୁର ବ୍ଲକ କସପା ପଞ୍ଚାୟତ ଅହିୟାସ ବଜାର ନିକଟ ପଡିଆ ରେ ବିଜେଡି ତରଫରୁ ଏକ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ରଙ୍କ ସଭାପତିତ୍ୱ ସଭାରେ ବିଜେଡି ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ବିଜେପି ସରକାର କ୍ଷମତା କୁ ଆସିବା ପାଇଁ ଯେତେ ସବୁ ମିଛ ପଚାର କରିଥିଲା ତାହା ଆଜି ଧରା ପଡ଼ି ଯାଇଛି ପୂର୍ବତନ ମନ୍ତ୍ରୀ ବବି ଦାସ କହିଥିଲେ।ମଲ୍ଲୀକାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ପୂର୍ବତନ ବିଜେପି ନେତା ରାମଚନ୍ଦ୍ର ମଲ୍ଲିକ ନିଜ ସାଥୀ ସମର୍ଥକଙ୍କ ସହିତ ବିଜେପି ଦଳ ତ୍ୟାଗ କରି ବିଜେଡିରେ ଯୋଗ ଦେଇଛନ୍ତି।ସେହିପରି ଦୁଦୁରାଅଣ୍ଟା, କସପା,ପଞ୍ଚାୟତରୁ ମଧ୍ୟ ବିଜେପି ଦଳ ତ୍ୟାଗ କରି ବିଜେଡିରେ ସାମିଲ ହୋଇଛନ୍ତି।ପ୍ରଣବ ପ୍ରକାଶ ଦାସ ନୂତନ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ଯାଜପୁର ବିଜେପି ନେତା ମାନେ ପିସି କାରବାରରେ ବ୍ୟସ୍ତ ରହି ଦଳୀୟ କର୍ମୀଙ୍କୁ ଅଣଦେଖା କରିବାରୁ ମୁଁ ବିଜେପି ଦଳ ତ୍ୟାଗ କରି ବିଜେଡିରେ ସାମିଲ ହେଲି ବୋଲି ରାମଚନ୍ଦ୍ର ମଲ୍ଲିକ ତାଙ୍କ ବକ୍ତବ୍ୟରେ କହିଛନ୍ତି.|ଦଶରଥ ପୁର ମାନସ କୁମାର ସାହୁ ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
