*-ତିର୍ତ୍ତୋଲ ଓକିଲ ସଙ୍ଘ ର ନିର୍ବାଚନ ଅଧିକାରୀ ହେଲେ ନାରାୟଣ ମହାନ୍ତି **
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ-୬/୩-ଓଡିଶା ଷ୍ଟେଟ ବାର କାଉନସିଲ ର ଵିଜ୍ଞପ୍ତି ଅନୁଯାଇ ସାରା ରାଜ୍ୟରେ ଓକିଲ ସଂଘ ନିର୍ବାଚନ ୨୦୨୬-୨୭ ବର୍ଷ ପାଇଁ ଚଳିତ ମାସ ୨୮ରେ ଅନୁଷ୍ଠିତ ହେବ।ଏଥିପାଇଁ ତିର୍ତ୍ତୋଲ ଓକିଲ ସଂଘ ନିର୍ବାଚନ ପରିଚାଳନା ପାଇଁ ବରିଷ୍ଟ ଆଇନିଜିବି ନାରାୟଣ ମହାନ୍ତି ଙ୍କ ନିଯୁକ୍ତି ମିଳିଛି।ଶ୍ରୀଯୁକ୍ତ ମହାନ୍ତି ରାଜ୍ୟ ବାର କାଉନସିଲ ନିୟମ ଓ ନିର୍ଦେଶ ଅନୁସାରେ ମାର୍ଚ୍ଚ ୭ରୁ୯ ନାମାଙ୍କନ ପତ୍ର ଦାଖଲ,୧୧ରେ ଯାଞ୍ଚ,୧୨ରେ ତାଲିକା ପ୍ରକାଶ,୧୩ରେ ପାର୍ଥିପତ୍ର ପ୍ରତ୍ୟାହାର,୧୪ରେ ଚୂଡାନ୍ତ ତାଲିକା ପ୍ରକାଶ,୨୮ ତାରିଖ ସକାଳ୭ଟା ୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଓ ୪ଟାରେ ଗଣତି, ସେହିଦିନ ଫଳା ଫଳ ଘୋଷଣା କରାଯିବ ବୋଲି କହିଛନ୍ତି।ଶ୍ରୀଯୁକ୍ତ ମହାନ୍ତି ଙ୍କୁ ନିର୍ବାଚନ ଅଧିକାରୀ ନିଯୁକ୍ତି ପାଇଁ ସଙ୍ଘ ପକ୍ଷରୁ ଖୁସି ପ୍ରକାଶ ପାଇଛି।
