(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
କୋକସରା: ଆଉ ଦୁଇ ଦିନ ପରେ ଦେଶବାସୀ ପାଳନ କରିବେ ୮୦ତମ ସ୍ୱାଧୀନତା ଦିବସ। ଏହାକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ ଦେଖାଦେଇଥିବା ବେଳେ ଦେଶପ୍ରେମର ଭାବନାକୁ ଆହୁରି ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ କୋକସରା ବ୍ଲକ ବିଜେପି ପକ୍ଷରୁ ‘ହର ଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗା’ ଯାତ୍ରା ଅନୁଷ୍ଠିତ ହୋଇଛି। ଗୁରୁବାର ମୋଟେର ଓ ଆମପାଣି ଯୋନରେ ଆୟୋଜିତ ଏହି ତ୍ରିରଙ୍ଗା ଯାତ୍ରାରେ ଶତାଧିକ ଦଳୀୟ କର୍ମୀ ଓ ସମର୍ଥକ ସାମିଲ ହୋଇ ଦେଶପ୍ରେମର ବାର୍ତ୍ତା ପ୍ରଚାର କରିଥିଲେ।
କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ସହ ସାଧାରଣ ଲୋକଙ୍କୁ ଦେଶପ୍ରେମର ବାର୍ତ୍ତା ଦେଇଥିଲେ। ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇ ସ୍ୱାଧୀନତାର ଏହି ମହାନ ପର୍ବକୁ ଗର୍ବ ଓ ଉତ୍ସାହର ସହ ପାଳନ କରିବାକୁ ସେ ଆହ୍ୱାନ ଦେଇଥିଲେ।
ମୋଟେର ଯୋନରେ ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡାଙ୍କ ନେତୃତ୍ୱରେ କନ୍ଦାବୁଟ୍ରା ପଞ୍ଚାୟତରୁ ଖୁଣ୍ଟିଆ ପଞ୍ଚାୟତ ପର୍ଯ୍ୟନ୍ତ ଏକ ବିଶାଳ ବାଇକ୍ ରାଲି ଆୟୋଜିତ ହୋଇଥିଲା। ହାତରେ ତ୍ରିରଙ୍ଗା ଧରି ଶତାଧିକ କର୍ମୀ ରାଲିରେ ସାମିଲ ହୋଇ ଦେଶପ୍ରେମର ନାରା ଦେଇଥିଲେ। ଏହା ଫଳରେ ସମଗ୍ର ଅଞ୍ଚଳ ତ୍ରିରଙ୍ଗାମୟ ହୋଇଉଠିଥିଲା।
ଏହି ଯାତ୍ରାରେ ଜିଲ୍ଲା ଆଦିବାସୀ ଜନଜାତି ମୋର୍ଚ୍ଚା ସଭାପତି ତ୍ରିନାଥ ଶବର, ମୋଟେର ମଣ୍ଡଳ ଉପସଭାପତି ନିଲାଞ୍ଚଳ ରାଉତ, ମଣ୍ଡଳ ସମ୍ପାଦକ ରାଧେଶ୍ୟାମ ଗୋପାଳ, କମଳ ଲୋଚନ ଦଳପତି, ସୁଜିତ ସିଂ ରାଜପୁତ, ଯୁବମୋର୍ଚ୍ଚା ସଭାପତି ଧବଳେଶ୍ୱର ଗୋପାଳ, ବଳରାମ ପୁଝାରୀ, ଶାନ୍ତନୁ ପଣ୍ଡା, ନକୁଳ ଘି, ଅଚ୍ୟୁତ ନାଏକ, ଭୁବନେଶ୍ୱର ପଟେଲ, ଚକ୍ରଧର ନାଏକ ଓ ଅମିନ ରଣାଙ୍କ ସମେତ ମହିଳା ନେତ୍ରୀ ପ୍ରତିମା ପୁଝାରୀ, ଉଜଳା କେତକୀ, ରୁକ୍ମଣୀ ନାଏକ ଓ ଭାରତୀ ପୁଝାରୀ ଉପସ୍ଥିତ ଥିଲେ। ଏଥିସହ ମୋଟେର ମଣ୍ଡଳର ବିଭିନ୍ନ ବୁଥ୍ର ସଭାପତି, ପ୍ରମୁଖ ଓ ସହପ୍ରମୁଖମାନେ ମଧ୍ୟ ଯାତ୍ରାରେ ସାମିଲ ହୋଇଥିଲେ।
ସେହିପରି ଆମପାଣି ଯୋନରେ ମଧ୍ୟ ଉତ୍ସାହର ସହ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ମଣ୍ଡଳ ସଭାପତି ମଧୁବନ ପାତ୍ରଙ୍କ ନେତୃତ୍ୱରେ ଗୋତମୁଣ୍ଡା ପଞ୍ଚାୟତରୁ ଆମପାଣି ପର୍ଯ୍ୟନ୍ତ ଯାତ୍ରା ହୋଇଥିଲା। ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି, ମଣ୍ଡଳ ସମ୍ପାଦକ ତୁଲାରାମ ନାଏକ, ସହସମ୍ପାଦକ ଦ୍ରୋଣାଚାର୍ଯ୍ୟ ପୂଝାରୀ, ସନ୍ତୋଷ ମାଝୀ, ରିତେଶ କୁମାର ମୁଣ୍ଡ, ଯୁବମୋର୍ଚ୍ଚା ସଭାପତି ତ୍ରିଲୋକ୍ୟ ବେଶ୍ରା, ଜିଲ୍ଲା ପ୍ରତିନିଧି ଭଜମନ ନାଏକ, ରଘୁମଣି ଖମାରୀ, ଚକ୍ରଧର ବେଶ୍ରା, ଅରୁଣ ଗୋୟଲ ଓ ଚୈତନ୍ୟ ମାଝୀ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।
ତ୍ରିରଙ୍ଗା ଯାତ୍ରା ମାଧ୍ୟମରେ ଅଞ୍ଚଳବାସୀଙ୍କୁ ଦେଶପ୍ରେମର ବାର୍ତ୍ତା ଦେବା ସହ ପ୍ରତ୍ୟେକ ଘରେ ଜାତୀୟ ପତାକା ଉଡ଼ାଇ ସ୍ୱାଧୀନତା ଦିବସର ଗୌରବମୟ ପର୍ବରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଥିଲା।
