*ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ।
ସଶକ୍ତ ନାରୀ, ସଶକ୍ତ ରାଷ୍ଟ୍ର”
ଗଜପତି ( ଟିକି ଲିମା)
ଓଡ଼ିଶା ସରକାରଙ୍କର କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ୦୬ ମାର୍ଚ୍ଚ ଠାରୁ ୦୮ ମାର୍ଚ୍ଚ ପର୍ଯ୍ୟନ୍ତ ଦୀର୍ଘ ତିନିଦିନ ଧରି ଆନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ବୃନ୍ଦାବନ ପ୍ୟାଲେସ ଠାରେ ପାଳନ କରାଯାଉଛି। ସ୍ଥାନୀୟ ବୃନ୍ଦାବନ ପ୍ୟାଲେସ ଠାରେ ଅନୁଷ୍ଠିତ ହେଉଥିବା ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଆଜି ପ୍ରଥମ ଦିବସରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ମୋହନା ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ, ସହକାରୀ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରିନାଥ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଓ ଯୋଗଗୁରୁ ଶ୍ରୀମତୀ ଆଶଳତା ପାଣିଗ୍ରାହୀ ପ୍ରମୁଖ ମଞ୍ଚଷିନ ଥିଲେ। ଆଜିର ଦିବସରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମହିଳାମାନଙ୍କ ସ୍ବପ୍ନ, ସଫଳତା ଏଵଂ ସ୍ୱାଭିମାନ ଉତ୍ସ ସହିତ “ସଶକ୍ତ ନାରୀ, ସାଶକ୍ତ ରାଷ୍ଟ୍ର” ଗଠନ କରିବାରେ ମହିଳାମାନଙ୍କ ଭୂମିକା ବିଷୟରେ ସମସ୍ତ ଅତିଥି ଗଣ ନିଜ ନିଜ ଅଭିଭାଷଣରେ କହିଥିଲେ।
ସେହିପରି ଆଜିର ଦିବସରେ ଯୋଗ କାର୍ଯ୍ୟକ୍ରମ ସହ ଆରୋବିକ,ଜୁମ୍ବା ନାଚ ଏବଂ ଅନ୍ୟାନ୍ୟ କ୍ରୀଡା ଆୟୋଜନ,ଆତ୍ମ ରକ୍ଷା ତାଲିମ ଇତ୍ୟାଦି ଦିଆଯାଇଥିଲା । ସ୍ଥିତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସ୍ୱଚ୍ଛ ସଥି ପ୍ରମୁଖ ତିନି ସହରୁ ଉର୍ଦ୍ଧ୍ବ ମହିଳା ସଂଗଠନ, ସ୍ଵେଚ୍ଛା ସେବୀ, ଅଙ୍ଗନୱାଡି କର୍ମୀ ଇତ୍ୟାଦି ବହୁ ମାତ୍ରାରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ବହୁ ସଂଖ୍ୟାରେ ଛାତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀ,ପ୍ରମୁଖ ଉପସ୍ଥିତ ଥିଲେ।
