ଡଉରୀ ବ୍ରିଜ ଉପରେ ଦୁଇ ବାଇକ ମୁହାଁମୁହିଁ ଧକ୍କା l (ରିପୋର୍ଟର ବିରଞ୍ଚି ନାରାୟଣ ସାହୁ ) ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ ଯୋରନ୍ଦା ପଞ୍ଚାୟତ ଡଉରୀ ବ୍ରିଜ ଉପରେ ଦୁଇ ବାଇକ ମୁହାଁମୁହିଁ ଧକା ହାବାରୁ ଦୁଇ ବାଇକ ଆରୋହୀଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ l ବାଇଶିଆ ପଞ୍ଚାୟତ ବଲ୍ଳଭ ଗ୍ରାମରୁ କ୍ଷୀରୋଦ ଚନ୍ଦ୍ର ନାୟକ ବୟସ 40ବର୍ଷ ସେ ଯୋରନ୍ଦା ପଟୁ ଘରକୁ ଫେରୁଥିଲେ ଓ ଅପରପଟୁ ଖଙ୍କର ଗ୍ରାମର ଅର୍ଜୁନ ସାହୁ ବୟସ 29 ଦୁହିଁଙ୍କ ମଧରେ ମୁହାଁମୁହିଁ ଧକ୍କା ହୋଇଥିଲା l ଘଟଣା ସ୍ଥଳରେ ଯୋରନ୍ଦା ଫାଣ୍ଡି ଅଫିସର ପହଞ୍ଚିଥିଲେ ଦୁଇ ଗାଡିକୁ ଜବତ କରି ମୁର୍ମୁଷ ଅବସ୍ଥାରେ ପଡିରହିଟିବା ଦୁଇଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ l
