ବିନା ସୂଚନା ଫଳକରେ ଚାଲିଛି ଡ୍ରେନ ନିର୍ମାଣ
ବେତନଟୀ ୨/୩(ପ୍ରକାଶ କୁମାର ଲେଙ୍କା) ବେତନଟୀ ବ୍ଲକର ବେତନଟୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶୁଖିଲାହାର ସାମିଲ ମହୁଲିଆ ଗାଁର ଦଣ୍ଡପାଟ ସାହିରେ ବିନା ସୂଚନା ଫଳକରେ ଚାଲିଛି ଡ୍ରେନ ନିର୍ମାଣ। ମାତ୍ର ୩ଟି ଘର ପାଇଁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା। ସୂଚନା ଥାଉକି ନିକଟ ଅତୀତରେ ବେତନଟୀ ଗ୍ରାମ ପଞ୍ଚାୟତ ଓ ସଠୀଲୋ ଗ୍ରାମ ପଞ୍ଚାୟତ କୁ ମିଶାଇ ଏନ୍ଏସି ଘୋଷଣା ହେଇଛି। ଏବଂ ଏନ୍ ଏ ସି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ପାଇଁ ସମସ୍ତ ପ୍ରସ୍ତୁତିପର୍ବ ଶେଷ ହେବାକୁ ବସିଲାଣି। ଏହି ସମୟରେ ବେତନଟୀ ସରପଞ୍ଚ ତରବରିଆ ଭାବରେ ଗ୍ରାମ ପଞ୍ଚାୟତ ପାଣ୍ଠିକୁ ଏଣେ ତେଣେ ବିନିଯୋଗ କରି ସାରିବାକୁ ମସୁଧା କରୁଛନ୍ତି। ଏହି କ୍ରମରେ ବେତନଟୀ ରୁ ମାଣତ୍ରି ଯାଇଥିବ ପ୍ରଧାନମନ୍ତ୍ରୀ ସଡକ ପାର୍ଶ୍ୱରେ ଥିବା ଦଣ୍ଡପାଟ ସାହିରେ ମାତ୍ର ୩ଟି ଘର ପାଇଁ ଡ୍ରେନ ନିର୍ମାଣ କାମ ଆରମ୍ଭ ହୋଇଛି। ଏହି ଡ୍ରେନ ଟିରେ କେଉଁ ପଟୁ ପାଣି ପଶିବ ଓ କେଉଁ ପଟୁ ପାଣି ବାହାରିବ କେଉଁ ଆଡେ ଯିବ ତାହାର କିଛି ଠିକଣା ନାହିଁ। ଏହି ୩ଟି ଘର ମଧ୍ୟରୁ ଗୋଟିଏ ଘର ୱାଡ ମେମ୍ୱରଙ୍କର ହୋଇ ଥିବାବେଳ ସେ ସରପଞ୍ଚ ତାଙ୍କୁ ଖୁସି କରିବାକୁ ଯାଇ ଏହି କାମ କରୁଥିବାର ଅଭିଯୋଗ ହୋଇଛି। ଏହି ସମ୍ପର୍କରେ ବେତନଟୀ ଗ୍ରାମ ପଞ୍ଚାୟତ ଦାୟିତ୍ୱରେ ଥିବା ଜେ ଇ ପ୍ରଶାନ୍ତ ବେହେରାଙ୍କୁ ପଚାରିବାରୁ ସରପଞ୍ଚ ଓ ଗ୍ରାମ ପଞ୍ଚାୟତ ଦ୍ଵାରା ଯେଁଉଠି କାମ କରିବାକୁ କୁହାଗଲା ମୁଁ ସେହିଠାରେ ଲେଆଉଟ୍ ଦେଲି ତେଣୁ ଏ ସମ୍ପର୍କରେ ସରପଞ୍ଚ ଓ ପିଇଓଙ୍କୁ ପଚାରନ୍ତୁ ବୋଲି କହିଥିଲେ। ବେତନଟୀ ଗ୍ରାମ ପଞ୍ଚାୟତ ଦାୟିତ୍ୱ ରେ ଥିବା ପିଇଓ ସନ୍ତୋଷ କୁମାର ପ୍ରଧାନଙ୍କୁ ପଚାରିବାରୁ ଏହି ପ୍ରୋପଜାଲ ସେଠାକାର ୱେଡ ମେମ୍ୱରଙ୍କ ଦ୍ବାରା ଦିଆଯାଇଥିଲା ତେଣୁ ଆମେ କଲୁ ବୋଲି କହିଥିଲେ। ଏହି ଦୁଇ ଅଧିକାରୀଙ୍କୁ ଡ୍ରେନ ପାଣି କେଉଁ ଆଡେ ନିଷ୍କାସନ ହେବ ପଚାରିବାରୁ ଏହି ପାଣି ପୂର୍ବରୁ ରାସ୍ତା ରେ ଥିବା ହୋମ ପାଇପ ଦେଇ ଅପର ପାର୍ଶ୍ଵରେ ଥିବା ପିଲାଙ୍କ ଖେଳ ପଡିଆକୁ ଯିବ ବୋଲି କହିଥିଲେ। ଏହି ପାଣି ରେ ଯଦି ଖେଳ ପଡିଆ ବୁଡି ଯାଏ ଉକ୍ତ ପଡିଆ ରେ ଖେଳ କୁଦ କରୁଥିବା କୁନି କୁନି ପିଲା ଓ ସେଠାରେ ଭଲି ବଲ ଖେଳୁଥିବା ଯୁବ ପିଢ଼ିଙ୍କ ପାଇଁ ଏକ ବିରାଟ ସମସ୍ୟା ସୃଷ୍ଟି କରିବ ବୋଲି ବୁଦ୍ଧିଯିବି ମହଲରେ ଆଲୋଚନା ହେଉଛି । ତାସହିତ ଓଡ଼ିଶା ସରକାର ଙ୍କ ନିୟମ ମୁତାବକ ଯେକୌଣସି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବା ପୂ୍ବରୁ ଲୋକଙ୍କ ଜାଣିବା ପାଇଁ ପ୍ରକଳ୍ପ ବାବଦରେ ସମ୍ପୁର୍ଣ୍ଣ ତଥ୍ଯ ସୂଚନା ଫଳକରେ ଲେଖା ଯିବା କଥା କିନ୍ତୁ ସେହି ଯାଗାରେ ଡ୍ରେନ ନିର୍ମାଣ କାମ ପ୍ରାୟ ଅଧା ସରିଲାଣି କିନ୍ତୁ ଏ ପର୍ଯ୍ୟନ୍ତ ସୂଚନା ଫଳକ ଲେଖା ହୋଇ ନାହିଁ ଏହା ସାଧାରଣ ରେ ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ ପୂର୍ବରୁ ପଲିସଭା ଓ ଗ୍ରାମ ସଭାରେ ଅଧିକ ଜନବସତି ଥିବା ଅଞ୍ଚଳର ଉନ୍ନତିକରଣ କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେହି ପ୍ରସ୍ତାବକୁ ବେତନଟୀ ଗ୍ରାମ ପଞ୍ଚାୟତ ବେତନଟୀ ବ୍ଲକ ପକ୍ଷ ରୁ ଅଣଦେଖା କରାଯାଇ ଅଳ୍ପ ଘର ଥିବା ସ୍ଥାନରେ ଡ୍ରେନ ନିର୍ମାଣ କରାଯାଉଥିବାରୁ ତାହା ପ୍ରଶ୍ନ ବଚୀ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ଦେଖିଲେ ଏହି ଅଞ୍ଚଳ ଟି ଏନ୍ ଏ ସି ଅଞ୍ଚଳ ଭିତରେ ଯାଉଥିବାରୁ ନିକଟ ଭବିଷ୍ୟତ ରେ ଏନ୍ ଏ ସି ପକ୍ଷରୁ ଉନ୍ନତମାନର ଡ୍ରେନ ଓ ପାଣି ନିଷ୍କାସନ ହେବର ସମ୍ଭାବନା ରହିଛି ଦାୟିତ୍ୱରେ ଥିବା ଅଧିକାରୀ ମାନେ ଉଦ୍ଦେଶ୍ୟ ମୂଳକ ଭାବେ ଗ୍ରାମ ପଞ୍ଚାୟତର ଟଙ୍କାକୁ ଏହି ଠାରେ ବିନିଯୋଗ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।
