ଢେଙ୍କାନାଳ ଛଦେଶ ଅଞ୍ଚଳବାସୀ ବହୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ।
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲାର ଛଦେଶ ଅଞ୍ଚଳଟି ଢେଙ୍କାନାଳ ସଦର ବ୍ଲକର ୮ ଗୋଟି ପଞ୍ଚାୟତ ସେଗୁଡ଼ିକ ହେଲା – ଭାପୁର,କାକୁଡିଭାଗ,ମଧୁସାହୁପାଟଣା,ଚନ୍ଦ୍ରଶେଖରପ୍ରସାଦ,ବାଲ୍ୟାମ୍ବା,ଧୀରପାଟଣା,ଶଙ୍କରପୁର,ଭାଲିଆବୋଲକାଟେଣୀ ଏବଂ ଓଡାପଡା ବ୍ଲକର ୪ଗୋଟି ପଞ୍ଚାୟତ ଘଟିପିରି,କଳାଙ୍ଗ,କୋତ୍ତମ,ଗୋବିନ୍ଦପ୍ରସାଦକୁ ନେଇ ଛଦେଶ ଅଞ୍ଚଳ ଗଠିତ। ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମାନ,ପାନୀୟ ଜଳ,ବିଦ୍ୟୁତ ଆଦି ସବୁ କ୍ଷେତ୍ରରେ ଅବହେଳିତ ହୋଇ ପଡ଼ିଛି,ବହୁବାର ଅଞ୍ଚଳବାସୀଙ୍କ ପକ୍ଷରୁ ନ୍ୟାର୍ଯ୍ୟ ଦାବୀ ଗୁଡିକ ପ୍ରଶାସନିକ,ନେତା,ମନ୍ତ୍ରୀ ପର୍ଯ୍ୟନ୍ତ ପହଞ୍ଚିଛି କିନ୍ତୁ କେହି ଭୃକ୍ଷେପ କରିନାହାନ୍ତି,ଗତ ଫେବୃଆରୀ ୧୮ତାରିଖରେ ଗଣତାନ୍ତ୍ରିକ ଭାବେ ଶାନ୍ତିପୂର୍ଣ୍ଣ ସମ୍ପୂର୍ଣ୍ଣ ଛଦେଶ ବନ୍ଦ ଡାକରା ଦିଆଯାଇ ଥିଲା। ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ପ୍ରତିଶୃତି ଦେଇଥିଲେ ହେଲେ ଏହା ମଧ୍ୟରେ ୬ମାସ ବିତି ଯାଇଥିଲେ ମଧ୍ୟ ଗୋଟିଏ ହେଲେ ଦାବୀ ଆମ୍ଭର ପୂରଣ ହେଲା ନାହିଁ। ଏହା ମଧ୍ୟରେ ସାପୁଆ ନଦୀରେ ଭୟଙ୍କର ବନ୍ୟା ଆସି ପୁରା ଅଞ୍ଚଳ ଧ୍ୱସ୍ତବିଧ୍ୱସ୍ତ କରିଦେଇ ଛଦେଶ ଅଞ୍ଚଳର ବହୁ କ୍ଷୟକ୍ଷତି ହୋଇଥିଲା ବେଳେ ରିଲିଫ ମିଳିପାରିଲା ନାହିଁ। ଏଣୁ ଛଦେଶ ବ୍ଲକ ଗଠନ,ବିଜୁଳି ସମସ୍ୟା ସ୍ଥାୟୀ ସମାଧାନ,ଭାପୁର ତଥା ଅନ୍ୟାନ୍ୟ ଡାକ୍ତରଖାନା ଗୁଡ଼ିକରେ ଡ଼ାକ୍ତର ଏବଂ ଷ୍ଟାପ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରିବା,ଭାପୁର ଫାଣ୍ଡି ଥାନାର ମାନ୍ୟତା ଦେବା,ଭାପୁର ସାପୁଆ ନଦୀର ପୁନର ଉଦ୍ଧାର କରିବା,ଶଙ୍କରପୁର ଠାରୁ କୋତ୍ତମ ରାସ୍ତାର ମରାମତି,ଯୋଗ୍ୟ ହିତାଧିକାରୀମାନଙ୍କୁ ଆବାସ ଗୃହ ଯୋଗାଇ ଦେବା,ଅଞ୍ଚଳରେ ଦମକଳ କେନ୍ଦ୍ର ପାଇଁ ଛଦେଶ ଅଞ୍ଚଳବାସୀ ଦାବୀ କରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଯଦି ଏହାର ସମାଧାନ କରା ନଯାଏ ତେବେ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଦାବୀ ପୂରଣ ହେବାଯାଏଁ ଭାପୁର ଠାରେ ଅହୋରାତ୍ର ଧାରଣା ଦେବା ପାଇଁ ନିଷ୍ପତି ହୋଇଛି ବୋଲି ଚେତାବନୀ ଦେଇଛନ୍ତି। ଆମ୍ଭର ନ୍ୟାର୍ଯ୍ୟ ଦାବୀ ଗୁଡିକ ପ୍ରତି ଉପଯୁକ୍ତ ଗୁରୁତ୍ୱ ପ୍ରଦାନ ପୂର୍ବକ ଆମ୍ଭ ଛଦେଶବାସୀଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ଆମ୍ଭ ଅଞ୍ଚଳବାସୀଙ୍କ ଆଶା ଓ ବିଶ୍ୱାସ ।
