ବେକାରୀ ଯୁବକ ଙ୍କ ପ୍ରେରଣା ସୁଶାନ୍ତ ସାହୁ ⎯⎯⎯⎯⎯⎯⎯⎯⎯⎯⎯
ବ୍ରହ୍ମପୁର -ପିଲା ମାନେ ବହୁତ ଆଶା ନେଇ ପାଠ ପଢୁଛନ୍ତି, ପାଠ ପଢା ସରିବା ପରେ ସରକାରୀ ବାଛ ବିଚାର, ସଂରକ୍ଷଣ ଓ ଅନ୍ୟାନ୍ୟ କାରଣ ରୁ ପିଲା ମାନେ ଚାକିରି ଅନ୍ବେଷଣ ରେ ବୁଲୁବୁଲୁ ବୟସ ସରିଯାଇ ଛାତ୍ର ଛାତ୍ରୀ ମାନେ ବେକାର ର ଲମ୍ବା ଲାଇନରେ ଛିଡାହେବା ସାର ହେଉଛି । ଏ ପରିସ୍ଥିତିରେ ସୁଶାନ୍ତ ଭାଇ ଏକ ଉଦାହରଣ ପାଲଟିଛନ୍ତି ।
ବର୍ତ୍ତମାନ ର ବୟସ ୫୩ । ବାଘ ପରି ଚେହେରା, ନିଶ ଗୁଡିକ ପ୍ରତିରକ୍ଷା ବାହିନୀ ର ହଣ୍ଡର ସେନା ପରି, କିନ୍ତୁ ସରଳ କୋମଳ ଜଣେ ସଚ୍ଚାଦେଶ ପ୍ରେମୀ ର ହୃଦୟ ନେଇ ସମାଜ ସେବା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା କାହିଁକି ସାରା ରାଜ୍ୟର ଜଣେ ପରିଚିତ ଚେହେରା ସୁଶାନ୍ତ କୁମାର ସାହୁ । ଅଣ୍ଡର ମାଟ୍ରିକ ପାଠ ପଢା କିନ୍ତୁ ନିଶା ସମାଜ ସେବା, ୧୪୬ ଥର ରକ୍ତଦାନ କରି ବହୁ ଜୀବନ ବଞ୍ଚାଇଛନ୍ତି । ଆଜି ର ଦିନରେ ଶତାଧୂକ ଉଚ୍ଚ ଶିକ୍ଷିତ ସ୍ନାତକ, ସ୍ନାତ୍ତୋକତ୍ତର ଯୁବକ ଙ୍କୁ ବହୁ ସରକାରୀ, ବେସରକାରୀ ଅନୁଷ୍ଠାନ ରେ ନିଜ ପ୍ରତିଷ୍ଠିତ କୁଠାରୀ ସିକ୍ୟୁରିଟି ସର୍ଭିସ୍ ମାଧ୍ଯମରେ ନିଯୁକ୍ତି ଦେଇ ତାଙ୍କ ପରିବାର ରେ ଆଶାର କିରଣ ସୃଷ୍ଟି କରିଛନ୍ତି ।
ଏତିକି ରେ ତାଙ୍କ କାର୍ଯ୍ୟ ଶେଷ କରିନାହାନ୍ତି, ନିୟମିତ ବୃକ୍ଷ ରୋପଣ ତଥା ଜନସଚେତନତା ରେ ଛାତ୍ର, ଶିକ୍ଷକ, ଗାର୍ଡ ମାନଙ୍କୁ ଏକତ୍ରିତ କରାଇ ଉତ୍ସାହପ୍ରଦ କାର୍ଯ୍ୟକ୍ରମ କରି ଆକର୍ଷଣୀୟ କରିପାରନ୍ତି ।
ଆଜି ମଧ୍ଯ ଯିଏ ଯେତେବେଳେ କାମ ଆଶା ନେଇ ଆସିଥାନ୍ତି, କେହି ବି ଆଜିଯାଏଁ ନିରାଶା ର ବିଫଳ ମନୋରଥ ନେଇ ଫେରିଛନ୍ତି । ଏଥିପାଇଁ ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିତ୍ବ ଙ୍କ ଦ୍ବାରା ସମ୍ବର୍ଦ୍ଧିତ ହୋଇ ପୁରସ୍କୃତ ହୋଇଛନ୍ତି ।
ସୁଶାନ୍ତ କୁମାର ସାହୁ ବର୍ତ୍ତମାନର ବେକାର ଯୁବକଙ୍କ ପାଇଁ ଉଦାହରଣ ଓ ପ୍ରେରଣା ।
