ଖଣି ବିଭାଗ ପକ୍ଷରୁ ଜବତ ବାଲି ନିଲାମ
_________________
ସାରସକଣା,(୫/୮/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ଖଣି ବିଭାଗ ଦ୍ୱାରା ଗତ ୨୨ ତାରିଖ ବୁଧବାର ଦିନ ସାରସକଣା ତହସିଲ ଅଧିନ ଭୂରୁଷାଣୀ ରାଜସ୍ୱ ସର୍କଲ ଅଧୀନ ଭୂରଷାଣୀ ପଞ୍ଚାୟତର କୁଅଁରଡ଼ିହି ଓ ନୂଆଗାଁର ବିଭିନ୍ନ ସ୍ଥାନରେ ଚ଼ୋରା ବାଲି ମାଫିଆଙ୍କ ଦ୍ୱାରା ଗଛିତ ରଖାଯାଇ ଥିବା ଚୋରା ବାଲି ଓ ଉକ୍ତ ତହସିଲ ଅଧିନସ୍ଥ ଶୀର୍ଷା ରାଜସ୍ୱ ସର୍କଲ ର ପାଣ୍ଡରା(କୁମ୍ଭୀରମଣ୍ଡି)ରେ ଚ଼ୋରା ଚାଲାଣ ନିମନ୍ତେ ଗଛିତ ରଖାଯାଇଥିବା ସିଜ୍ ବାଲିକୁ ମୟୂରଭଞ୍ଜ ଜିଲ୍ଲା ଖଣି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଛିତ ବାଲି ନିଲାମ ପାଇଁ ନୋଟିସ ଜାରି କରାଯାଇଥିଲା । ଏ ପରି ପ୍ରେକ୍ଷୀରେ ଗତକାଲି ସାରସକଣା ତହସିଲର ଭୁରୁଷାଣୀ ସର୍କଲ ରାଜସ୍ୱ ନିରୀକ୍ଷକ ପୁଷ୍ପଲତା ପାତ୍ରଙ୍କ ତତ୍ତ୍ବାବଧାନରେ ସାରସକଣା ତହସିଲଦାର ଭାବେ ମନୋଜ କୁମାର କାର୍ଜି ଙ୍କ ଉପସ୍ଥିତି ରେ ବାରିପଦା ଖଣି ଅଧିକାରୀ ଭବାନୀ ଶଙ୍କର ପାତ୍ର, ଖଣି ଅଧିକାରୀ ଅନାମ ଚନ୍ଦ୍ର ସିଂ ଓ ଭୀମ କିସ୍କୁ ଙ୍କ ମାର୍ଫତରେ ମୋଟ ଜବତ ୧୬୫୧ ଘନ ମିଟର ଜବତ ବାଲିକୁ ନିଲାମ କରାଯାଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ନିଲାମ ଧାରୀ ମାନେ ନିଲାମ ଡାକରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ନୁଆଗାଁ ମୌଜାର ୬୩୭ ଘନମିଟର ଲଘୁ ଖଣିଜ(ବାଲି) କୁ ୬,୨୧,୯୬୫ ଟଙ୍କାରେ ଉମାଦେଇପୁର ର ସନ୍ଦୀପ ମିଶ୍ର, ୨୦୪ ଘନମିଟର ବାଲି କୁ ୨,୧୭,୯୧୨ ଟଙ୍କା ଏବଂ କୁଅଁରଡ଼ିହି ମୌଜାର ୮୪୦ ଘନମିଟର ବାଲିକୁ ୧୦,୩୮,୭୪୧ ଟଙ୍କାରେ କୁଅଁରଡ଼ିହି ଗ୍ରାମର ସତ୍ୟନାରାୟଣ ଦାସ ନିଲାମ ଧରିଥିଲେ । ସୂଚନା ଯୋଗ୍ୟ ଯେ ଭୁରୁଷାଣୀ ରାଜସ୍ୱ ସର୍କଲ ଅଧୀନ ର ଦୁଇ ଗୋଟି ପୃଥକ ପୃଥକ ଜବତ ୧୬୫୧ ଘନ ମିଟର ବାଲିକୁ ଖଣି ବିଭାଗ ୧୮,୭୮,୬୧୮ ଟଙ୍କାରେ ରାଜସ୍ୱ ଆଦାୟ କରିଛନ୍ତି । ସେହିପରି ଉକ୍ତ ସାରସକଣା ତହସିଲ ଅଧିନସ୍ଥ ଶୀର୍ଷା ସର୍କଲ ରାଜସ୍ୱ ନିରୀକ୍ଷକ ଦେବାଶିଷ ବେହେରାଙ୍କ ତତ୍ତ୍ୱାବଧାନରେ ତହସିଲଦାର ମନୋଜ କୁମାର କାର୍ଜି, ଖଣି ଅଧିକାରୀ ଭବାନୀ ଶଙ୍କର ପାତ୍ର, ଅନାମ ଚନ୍ଦ୍ର ସିଂ ଓ ଭୀମ କିସ୍କୁ ଙ୍କ ଉପସ୍ଥିତିରେ ନିଲାମଧାରୀଙ୍କୁ ନେଇ କୁମ୍ଭୀରମୁଣ୍ଡି ମୌଜାର ୪୫୦ ଘନମିଟର ବାଲିକୁ ୬,୮୭,୨୩୯ ଟଙ୍କା ଓ ୧୫୦ ଘନ ମିଟର ବାଲିକୁ ୩,୮୯,୭୩୦ ଟଙ୍କାକୁ ମିଶାଇ ମୋଟ ୬୦୦ ଘନ ମିଟର ବାଲିକୁ ୧୦,୭୬,୯୬୯ ଟଙ୍କାରେ ଝାରପୋଖରିଆ ବାସିନ୍ଦା ଉତ୍ତମ କୁମାର ଦଣ୍ଡପାଟ ନିଲାମରେ ନେଇଛନ୍ତି । ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
