ତିନି ଦିନ ବିତିଗଲା ବ୍ରାହ୍ମଣୀ ନଦୀରେ ନିଖୋଜ ଯୁବକ ଅଂଶୁମାନଙ୍କର ଏ ପର୍ଯ୍ୟନ୍ତ ମିଳିଲାନି ସନ୍ଦାନ
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳୀ
ପଞ୍ଚାୟତର କାକୁଡି ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିବା ବାଇଶି ବର୍ଷୀୟ ଯୁବକ ଅଂଶୁମାନ ଗଡନାୟକଙ୍କର ଘଟଣାକୁ ତିନି ଦିନ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳି ନାହିଁ। ଏହାକୁ। ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ଓ ଚିନ୍ତାର ବାତାବରଣ ସୃଷ୍ଟି ହୋଇ ଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଆଶ ଙ୍କା ବଢ଼ି ଚାଲିଛି । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ
ଵଉଳୀଗଡ(ଅରାହଟ)ଗ୍ରାମର ବାସନ୍ଦା ଅଂଶୁମାନ ଗଡନାୟକ୍ ପିତା ଅନିଲି କୁମାର ଗଡନାୟକ ଓ ମାତା
ସୁପ୍ରଭା ଗଡନାୟାକଙ୍କର ଏକ ମାତ୍ର ପୁଅ। ତିନି ଦିନ ପୂର୍ବେ ସେ ମାମୁଁ ଘରକୁ ଆସିଥିବା ବେଳେ କାକୁଡି ଗ୍ରାମ ନିକଟ ବ୍ରାହ୍ମଣୀ ନଦୀକୁ ଗାଧୋଇ ବାକୁ ଯାଇ ଥିଲେ ସେହି ସମୟ ରେ ନଦୀର ପ୍ରବଳ ସ୍ରୋତ ରେ ସେ ଭାସି ଯାଇ ନିଖୋଜ ହୋଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ତାଳଚେର ପୋଲିସ, ଅଗ୍ନି ଶମ ବାହିନୀ ଓ ଓଡ୍ରା ଫ (ODRAF) ଟିମ୍ ଘଟଣା ସ୍ଥଳୀ ରେ ପହଞ୍ଚି ଲଗା ତାର
ଉଦ୍ଧାର ଓ ଖୋଜା ଖୋଜି କାର୍ଯ୍ୟ ଚଳାଇଛନ୍ତି । ତେବେ ନଦୀର ପ୍ରଖର ସ୍ରୋତ ଯୋଗୁଁ
ଏ ପର୍ଯ୍ୟନ୍ତ ଯୁବକଙ୍କ ର କୌଣସି ଅନ୍ଧାନ ମିଳି ପାରି ନାହିଁ । ଉଦ୍ଧାରକାରି ଦଳଙ୍କ ପକ୍ଷରୁ ଖୋଜା ଖୋଜି ଜାରୀ ରଖିଥିବା ସୂଚନା ମିଳିଛି।
ନିଖୋଜ ଅଂଶୁମାନଙ୍କ ପିତା ଅନିଲ କୁମାର ଗଡନାୟକ ଓ ମାତା ସୁପ୍ରଭା ଗଡନାୟକ ପୁଅର ସନ୍ଧାନକୁ ନେ଼ଇ ଗଭୀର ଦୁଃଖ ଓ ଅନୀଶିଚାତା ମଧ୍ୟରେ ସମୟ କାଟୁଛନ୍ତି । ପରିବାର ସଦସ୍ୟ ଓ ଗ୍ରାମ ବାସୀ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ବରାନ୍ବିତ କରିବା ସହ ଯଥା ଶୀଘ୍ର ଅଂଶୁମାନଙ୍କର ସନ୍ଧା ନ ପାଇଁ ପ୍ରଶାସନ ଙ୍କୁ
ଅନୁରୋଧ କରିଛନ୍ତି
ତାଳଚେର ରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
