ମା ବାଶୁଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବେଗନା ଚାମ୍ପିଆନ
ପାଟଣା-ପାଟଣା ବ୍ଲକ ବଡ଼ପାଟଣା ମା ବାଶୁଳି କ୍ରିକେଟ କମିଟି ଦ୍ୱାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇ ଯାଇଛି।ଅନୁଷ୍ଠିତ ଫାଇନାଲ ମ୍ୟାଚ ବେଗନା ଟିମ ବନାମ ଗରାଣ୍ଡିଯୋଡି ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚ ରେ ଗରାଣ୍ଡିଯୋଡି ଟିମ 82 ରନ କରିଥିବା ବେଳେ ବେଗନା ଟିମ 109 ରନ କରି ଚାମ୍ପିଆନ ହୋଇଥିଲେ।ଟୁର୍ଣ୍ଣାମେଣ୍ଟରେ 16 ଟିମ ଅଂଶଗ୍ରହଣ କରିଥିଲେ।ଫାଇନାଲ ଖେଳରେ ବୈକୁଣ୍ଠ ବାରିକ ଓ ଶ୍ରବଣ ବାରିକ ଆମ୍ପାୟାର ଭାବେ ଖେଳ ପରିଚାଳନା କରିଥିଲେ।ଉଦଯାପନି ତଥା ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ପ୍ରତିନିଧି କମଳା କାନ୍ତ ଦାଶ ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ସମ୍ମାନୀତ ଅତିଥି ଭାବେ ପାଟଣା ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ବଡ଼ପାଟଣା ସରପଞ୍ଚ ବିନତି ବାନରା, ୱାର୍ଡ ସଦସ୍ୟ ଟୁଣ୍ଟୁ ନାଏକ ପ୍ରମୁଖ ଯୋଗ ଦେଇଥିଲେ।ଟୁର୍ଣ୍ଣାମେଣ୍ଟରେ ଚାମ୍ପିଆନ ବେଗନା ଟିମକୁ ଅତିଥି ମାନେ ଟ୍ରଫି ସହିତ ନଗଦ 20 ହଜାର ଓ ରନର୍ସଅପ ଦଳ ଗରାଣ୍ଡିଯୋଡି ଟିମ କୁ ଟ୍ରଫି ସହିତ 15 ହଜାର ଟଙ୍କା ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ରେ କମିଟି ର ଜୟଦେବ ବାରିକ,ରଞ୍ଜନ କୁମାର ବାରିକ,ବଳରାମ ବାରିକ,ସୁଦର୍ଶନ ମହାରଣା, ଡମ୍ବରୁଧର ବାରିକ,ଚିନ୍ମୟ ଦେହୁରୀ, ସିନୁ ବାରିକ,ଦିନେଶ ସେଠୀ, ପିନୁ ବାରିକ,ଫୁତୁଲୁ ବାରିକ,ଲିଙ୍କୁ ଦେହୁରୀ ଦେବାନନ୍ଦ ନାଏକ, ଭୁବନା ଦେହୁରୀ, ଶୁଶାନ୍ତ ବାରିକ,ସାନବାବୁ ମହାରଣା,ପଳଉ ଦେହୁରୀ ପ୍ରମୁଖ ପରିଚାଳନା କରିବାରେ ସହଯୋଗ କରିଥିଲେ।
