ଭଲିବଲ ଖେଳ ମାଧ୍ୟମରେ ଜଙ୍ଗଲ ନିଆଁରୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।
ଗଜପତି (ଟିକି ଲିମା)
ଗଜପତିଜିଲ୍ଲା ରା ଉଦୟଗିରି ବନାଞ୍ଚଳ ତରଫରୁ,ସମ୍ବଲପୁର ସାପ୍ତାହିକ ହାଟରେ ଖେଳ ମାଧ୍ୟମରେ ଜଙ୍ଗଲ ନିଆଁ ସମ୍ପର୍କରେ ସଚେତନ କରିବା ଲାଗି ବିଭିନ୍ନ ଅଞ୍ଚଳର ଖେଳାଳୀମାନଙ୍କୁ ନେଇ ଭଲିବଲ ମ୍ୟାଚ ଗୁଡିକର ଆୟୋଜନ କରାଯାଇଥିଲା। ଭଲିବଲ ଖେଳ ଏଇ ଅଞ୍ଛଳ ବାସୀଙ୍କ ମନୋରଞ୍ଜନର ଗୋଟିଏ ବଡ ମାଧ୍ୟମ ହୋଇଥିବାରୁ ଏଇ ଭଲିବଲ ପ୍ରତିଯୋଗିତା କରି , ଏହା ଦେଖିବାକୁ ଆସିଥିବା ଲୋକଙ୍କୁ ଜଙ୍ଗଲ ନିଆଁ ସୁରକ୍ଷା ସଚେତନତା କରାଯାଇଥିଲା। ଏଇ କାର୍ଯ୍ୟକ୍ରମରେ ନୂଆଗଡ ବ୍ଲକ ଉପାଧ୍ୟକ୍ଷ୍ୟ ନିହିମିୟା ରଇତ ମୂଖ୍ୟଅତିଥି ଭାବେ ଯୋଗ ଦେଇ ରା ଉଦୟଗିରି ବନାଞ୍ଚଳର ଏପରି ଜଙ୍ଗଲ ନିଆଁ ରୋକିବା ବା ସଚେତନତ କରିବାର ଏ ମାଧ୍ୟମକୁ ଏକ ନିଆରା ପ୍ରୟାସ କହି ନିଜ ଅବିଭାଷଣରେ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ବନାଞ୍ଚଳ ଅଧିକାରୀ ଉମାଶଙ୍କର ବିଶୋୟୀ ପାରିପାର୍ଶିକ ପରିସ୍ଥିତିରେ ଜଙ୍ଗଲ ନିଆଁର ଭୟାବହତା ଏବଂ ପରିବେଶ,ଜୀବଜନ୍ତୁ ଉପରେ କି କୁ ପ୍ରଭାବ ପକାଇଥାଏ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ପରିଶେଷରେ ବିଜୟ ଦଳ , ପରାଜିତ ଦଳ ଓ ଶ୍ରେଷ୍ଠ ଖେଳାଳୀଙ୍କ ମୂଖ୍ୟ ଅତିଥୀ ଟ୍ରଫି ପ୍ରଦାନ କରିଥିଲେ। ଏଇ କାର୍ଯ୍ୟକ୍ରମରେ ଫରେଷ୍ଟର ବିଜୟ କୁମାର ମହାରଣା,ଅଭିରାମ କାର୍ଯୀ,ପ୍ରଦୀପ ଚୌଧରୀ,ପିତର ଶବରଙ୍କ ସହିତ ବନାଞ୍ଚଳର ଫରେଷ୍ଟ ଗାର୍ଡ ଓ ସମସ୍ତ କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
