ବାବା ସାହେବ ଆମ୍ବେଦକର ସ୍କୁଲ ଫର୍ ଏଜୁକେସନ୍ ଉଦ୍ଘାଟିତ
ଦେବଗଡ଼: ଦେବଗଡ଼ ସହରର ହାତୀ ଶାଳ ସାହିରେ ଆମ୍ବେଦକର ସାମାଜିକ ପରିବର୍ତ୍ତନ ମଞ୍ଚ, ଦେବଗଡ଼ ପକ୍ଷରୁ ସ୍ଥାପିତ “ବାବା ସାହେବ ଆମ୍ବେଦକର ସ୍କୁଲ ଫର୍ ଏଜୁକେସନ୍” ର ଉଦ୍ଘାଟନ ଅନୁଷ୍ଠାନ ଆଜି ଭବ୍ୟ ଭାବରେ ଅନୁଷ୍ଠିତ ହୋଇଯାଇଛି।
ଏହି ଉଦ୍ଘାଟନୀ ଉତ୍ସବରେ ପୌର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ପ୍ରଜିତ୍ ଭୋଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ଦେବଗଡ଼ ଟ୍ରେଜେରି ଅଫିସର୍ ଶ୍ରୀ ସୁରେଶ ଚନ୍ଦ୍ର ମାଝି ସମ୍ମାନୀୟ ଅତିଥି ଭାବେ ଉପସ୍ଥିତ ଥିଲେ। ଉଭୟ ଅତିଥି ମିଳିତ ଭାବେ ଫିତା କାଟି ସ୍କୁଲଟିର ଶୁଭ ଉଦ୍ଘାଟନ କରିଥିଲେ।
ଏହି ଅବସରରେ ସୁଭାଗ୍ୟ ପାତ୍ର, କନ୍ଦର୍ପ ପାତ୍ର, କମଲ କୁମାରୀ ହେମ୍ରୋମ ଓ ସଲମାନ୍ ମୁଣ୍ଡା ମଞ୍ଚାସୀନ ହୋଇ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ।
କାର୍ଯ୍ୟକ୍ରମଟିକୁ ଆମ୍ବେଦକର ସାମାଜିକ ପରିବର୍ତ୍ତନ ମଞ୍ଚର ପ୍ରତିଷ୍ଠାତା ଓ ଜିଲ୍ଲା ସଂଯୋଜକ ଶ୍ରୀ ବୁଲୁ ମାନବ ସଂଚାଳନା କରିଥିଲେ। ଶେଷରେ ମଞ୍ଚର ସଭାପତି ଆଡଭୋକେଟ ଚୌଧୁରୀ ବେହେରା ସଭାକୁ ସମାପନ କରି ସମସ୍ତ ଅତିଥି ଓ ଉପସ୍ଥିତଙ୍କୁ ଧନ୍ୟବାଦ ଜଣାଇଥିଲେ।
ଉଦ୍ଘାଟନୀ ଅବସରରେ ନୂତନ ଭାବେ ଭର୍ତ୍ତି ହୋଇଥିବା ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକମାନେ, ସହିତ ଆମ୍ବେଦକର ସାମାଜିକ ପରିବର୍ତ୍ତନ ମଞ୍ଚର ସଦସ୍ୟ, କର୍ମକର୍ତ୍ତା ଓ ବହୁ ସଂଖ୍ୟକ ନିମନ୍ତ୍ରିତ ଅତିଥିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
