ଜଗତସିଂହପୁର ଜିଲ୍ଲା କିସାନ ସଂଘ ପକ୍ଷରୁ ଅକ୍ଷୟ ତୃତୀୟା ପାଳିତ ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ନିକଟସ୍ଥ କଣ୍ଟୁଆରାରେ ଭାରତୀୟ କିସାନ ସଂଘ ପକ୍ଷରୁ ଅକ୍ଷୟ ତୃତୀୟା ଉତ୍ସବ ପାଳନ କରାଯାଇଛି। ଅଞ୍ଚଳର ଅଗ୍ରଣୀ ଚାଷୀ ରାଜକିଶୋର ପ୍ରଧାନ ପୂଜାର୍ଚନା କରି ବିହନ ଅନୁକୂଳ କରିଥିଲେ। ଏଥିରେ ସ୍ଥାନୀୟ ଚାଷୀ ଜ୍ୟୋତିର୍ମୟୀ ଜେନା, ଶୁକାନ୍ତ ସାହୁ, ଅଶୋକ ରାଉତ, ଅକ୍ଷୟ ରାଉତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ରାଉତରାୟ, ଜିଲ୍ଲା ଉପସଭାପତି ଅଜୟ କୁମାର ନାୟକ ଓ ସଂଗ୍ରାମ କେଶରୀ ଜେନା ପ୍ରମୁଖ ଯୋଗଦେଇ କୃଷକଙ୍କର ମଙ୍ଗଳ କାମନା କରିଥିଲେ। ଶେଷରେ ସଂଗ୍ରାମ କେଶରୀ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
