(କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର)
ପର୍ଲା ବିଜୁ ଏକ୍ସପ୍ରେସ ୱେ ରେ ଟାଟା ଇଣ୍ଡିଗୋ ଗାଡି ଦୁର୍ଘଟଣାରେ ସ୍ଵାମୀ ସ୍ତ୍ରୀ ଗୁରୁତର
କଳାହାଣ୍ଡି, ଧର୍ମଗଡ ଉପଖଣ୍ଡ ୨୦/୦୪: ରୁପେନ୍ଦ୍ର ସୁନାନୀ: କଳାହାଣ୍ଡି ଜିଲ୍ଲା,ଧର୍ମଗଡ ବ୍ଲକ୍, ପର୍ଲା ବିଜୁ ଏକ୍ସପ୍ରେସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗାଡ଼ିରେ ଥିବା ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଚାନ୍ଦାହାଣ୍ଡି, ଡଙ୍ଗରିଗୁଡ଼ା ଗ୍ରାମର ସୁଶାନ୍ତ ଗଉଡ ଏବଂ ତାଙ୍କ ସ୍ତ୍ରୀ ଏକ ଟାଟା ଇଣ୍ଡିଗୋ ଗାଡି ନମ୍ବର OD 02L3141 ରେ ବେହେରା ପଟରୁ ଧର୍ମଗଡ ଅଭିମୁଖେ ଯାଉଥିଲେ। ମିର୍ଜାପୁର ଅତିକ୍ରମ କଲା ପରେ ପର୍ଲା ନିକଟରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଗୁରୁତର ହୋଇଛନ୍ତି। ଉପସ୍ଥିତ ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚିବା ଡେରି ହେବାରୁ ଗୁରୁତର ଦୁଇ ଜଣଙ୍କୁ ଉପସ୍ଥିତ ସମାଜସେବୀ ତଥା ଲୋକମାନଙ୍କ ସହାୟତାରେ ଅଟୋ ଯୋଗେ ନିକଟସ୍ଥ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁହିଁଙ୍କର ଅଵସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭବାନିପାଟଣା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡ଼ିଛି।
