*ନୂଆପଡ଼ା ଜିଲ୍ଲା ଭାଲେଶ୍ୱର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଲେଶ୍ୱର ଗ୍ରାମରେ ପାନୀୟ ଜଳ ଉତ୍କଟ ସମସ୍ୟା, ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଥାଇ ମଧ୍ୟ ଷ୍ଟାଣ୍ଡ ପଏଣ୍ଟ ରେ ଜଳ ଯୋଗାଣ ବିଫଳ*
ନୂଆପଡା(ମିଖାଏଲ ନନ୍ଦ)
ତ:୨୧.୦୪.
ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଭାଲେଶ୍ୱର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭାଲେଶ୍ୱର ଗ୍ରାମରେ ପାନୀୟ ଜଳ ଉତ୍କଟ ସମସ୍ୟା ଦେଖାଯାଉଛି। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଥାଇ ମଧ୍ୟ ଷ୍ଟାଣ୍ଡ ପଏଣ୍ଟ ରେ ଜଳ ଯୋଗାଣ ବିଫଳ ହୋଇଥିବା ଗ୍ରାମବାସୀ ଏବଂ ମହିଳା ମାନେ ଅଭିଯୋଗ କରିଛନ୍ତି। ଏହି ଗ୍ରାମ ରେ ସମସ୍ତ ଘର୍ ସମ୍ମୁଖ ରେ ପାନୀୟ ଜଳ ଯୋଗାଣ ପାଇଁ ଷ୍ଟାଣ୍ଡ ପଏଣ୍ଟ ରହିଅଛି। କିନ୍ତୁ ପାଇପ୍ ଯୋଗ ଜଳ ଯୋଗାଣ ବିଫଳ ହେଉଥିବା ମହିଳା ମାନେ ଅଭିଯୋଗ କରିଛନ୍ତି। ଦୈନିକ ଏକ ଘଣ୍ଟା ଜଳଯୋଗାଣ ହେଉଥିବା ବେଳେ ଆବଶ୍ୟକ ପରିମାଣ ରେ ଜଳଯୋଗାଣ ହେଉନାହିଁ। ପାନୀୟ ଜଳ ସମସ୍ୟା ନେଇ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଅଛି। ଏକ ଘଣ୍ଟା ରେ ଅନେକ ମୁଷ୍ଟିମେୟ ଲୋକ ମାନେ ମଟର ଲଗାଇ ସବୁ ଜଳ ଟାଣି ନେଉଥିବା ବେଳେ ଅନ୍ୟ ଜଳ ଯୋଗାଣ ପଏଣ୍ଟ ରେ ଜଳ ଯୋଗାଣ ସାମାନ୍ୟ ରୂପେ ପଡ଼ିଥାଏ। ପ୍ରଶାସନ ଏବଂ ଗ୍ରାମ୍ୟ ଜଳ ଓ ପରିମଳ ମିଶନ କର୍ମଚାରୀ ମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ। ପ୍ରକଳ୍ପ ଥାଇ ମଧ୍ୟ ଲୋକଙ୍କୁ ସୁବିଧା ପ୍ରଦାନ ରେ ବିଫଳ ହେବା ଏକ ବିଫଳ ପ୍ରକଳ୍ପ କହିଲେ ଅତ୍ୟୁଚି ହେବ ନାହିଁ।
