ବ୍ରଜସୁନ୍ଦର ସରକାରୀ ଉଚ୍ଚ ବିଦ୍ୟାଳୟର ୬୭ ତମ ବାର୍ଷିକ କ୍ରୀଡ଼ା ଉତ୍ସବ
ବିଞ୍ଝାରପୁର/(ଭଞ୍ଜଦୂତ:ନିପ୍ର)ଉତ୍ତମ କୁମାର ଦାସ
ତା – ୬/୧/୨୦୨୬ ରୁ ୮/୧/୨୦୨୬ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ତିନି ଦିନ ଧରି ଉକ୍ତ କ୍ରୀଡାକୁ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ହରେଶ କୁମାର ଦାସ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ତାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ। ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ମଧୁସୂଦନ ଧଳ ଓ ସେହି ବିଦ୍ୟାଳୟର ଶିକ୍ଷୟତ୍ରୀ ଶ୍ରୀମତୀ ପ୍ରେମଲତା ଧଳ ସଭାପତିତ୍ୱ କରିଥିଲେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର SMC Commitee ର ସଭାପତି ଓ ଅନ୍ୟ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇ ଖେଳ ବିଷୟ ରେ ପିଲାମାନଙ୍କୁ ଉପଦେଶ ଦେଇଥିଲେ। ଶାରୀରିକ ଶିକ୍ଷା ଦ୍ୱାରା ପିଲାମାନଙ୍କର ସର୍ବାଙ୍ଗୀନ ଉର୍ନତ୍ତି ହେବା ସହିତ ଖେଳର ମହତ୍ୱ ବିଷୟରେ ମଧ୍ୟ କହିଥିଲେ। ଶେଷରେ ବିଦ୍ୟାଳୟ ର ବରିଷ୍ଟ ଶିକ୍ଷକ ଶ୍ରୀ ସୁବୋଧ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭାପତି କ୍ରୀଡ଼ା ଅନୁଷ୍ଠିତ ହେବାପାଇଁ ଘୋଷଣା କରିଥିଲେ। ଏଥିପାଇଁ ସମସ୍ତ କ୍ରୀଡ଼ାବିତ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖାଦ୍ୟପେୟ ର ସୁବ୍ୟବସ୍ତା କରାଯାଇଥିଲା। ଅନ୍ତିମ ଦିବସରେ କ୍ରୀଡ଼ାଶେଷ ପରେ ବିଦ୍ୟାଳୟ ର କ୍ରୀଡ଼ା ପଟକକୁ କ୍ରୀଡ଼ା ଶିକ୍ଷକ ଶ୍ରୀ ଦାସ ଅବତରଣ କରି ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସାଗରୀକା ନାଥ ଙ୍କୁ ଅର୍ପଣ କରିଥିଲେ। ଏହି ଉଚ୍ଚବ ରେ ବିଦ୍ୟାଳୟ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ଦାସ ସମସ୍ତ ଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ।
