**ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା, ବିରିଘାଟ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ୧୬୦ ଜଣ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ।*
ନୂଆପଡ଼ା(ମିଖାଏଲ ନନ୍ଦ):
ତା-୨୯/୧୦
ରାଜ୍ୟରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଜାରି ରହିଥିବାବେଳେ ନୂଆପଡ଼ା ଜିଲ୍ଲାରେ ମଧ୍ୟ ଏହାର ସ୍ପଷ୍ଟ ପ୍ରଭାବ ପରିଲକ୍ଷିତ ହୋଇଛି। ଜିଲ୍ଲାରେ ଦ୍ୱିତୀୟ ଦିନ ପାଇଁ ପ୍ରବଳ ବର୍ଷା ଜାରି ରହିଥିବାବେଳେ ନଦୀ ଉପକୂଳବର୍ତ୍ତୀ ଏବଂ ଜଳମଗ୍ନ ହୋଇପାରୁଥିବା ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯାଉଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଖଡ଼ିଆଳ ବ୍ଲକାନ୍ତର୍ଗତ ବିରିଘାଟ ଗ୍ରାମପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିରିଘାଟ, ଝରଶରମ୍, କୁସମାଲ ଏବଂ ମହୁଲଝରଣ—ଏହି ୪ଟି ଗ୍ରାମର ପ୍ରାୟ ୧୬୦ ଜଣ ବାତ୍ୟା ବିପନ୍ନଙ୍କୁ ସ୍ଥାନୀୟ ବିରିଘାଟ ସ୍କୁଲସ୍ଥିତ ଆଶ୍ରୟସ୍ଥଳୀରେ ସୁରକ୍ଷିତ ଭାବେ ରଖାଯାଇଛି।
ବିପନ୍ନମାନଙ୍କ ସୁରକ୍ଷା ଓ ଆନୁଷଙ୍ଗିକ ସୁବିଧା ନେଇ ବ୍ଲକ ସ୍ତରୀୟ ଅଧିକାରୀ, ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ସ୍ୱଚ୍ଛ ସାଥୀମାନେ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥାର ତଦାରଖ କରୁଛନ୍ତି। ବିରିଘାଟର ସ୍ୱଚ୍ଛ କର୍ମୀ ନାଇକିଚି ନିଆଁଲଙ୍କ ସୂଚନା ମୁଁତାବକ, ଆଶ୍ରୟ ନେଇଥିବା ଲୋକଙ୍କୁ ପ୍ରଶାସନ ତରଫରୁ ଶୁଖିଲା ଖାଦ୍ୟ ଓ ରନ୍ଧା ଖାଦ୍ୟ ସମେତ ସମସ୍ତ ଜରୁରୀ ସୁବିଧା ଯାଇାଗାଇ ଦିଆଯାଉଛି ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି।
